Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଗପୁର ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ବିରାଟ କୋହଲି “ମ୍ୟାନ୍ ଅଫ୍ ଦି ମ୍ୟାଚ୍”

ବିଜୟ ଦେଲେ ବିଜୟ ଶଙ୍କର । ନାଗପୁର ଦିନିକିଆରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଚମତ୍କାର ବୋଲିଂ ଯୋଗୁଁ ଶେଷ ଓଭରରେ ଅଷ୍ଟ୍ରେଲିଆ ପାଖରୁ ମ୍ୟାଚ୍ ଛଡ଼ାଇ ଆଣିଛି ଟିମ୍ ଇଣ୍ଡିଆ । ଶେଷ ଓଭରରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୧୧ ରନ୍ ଆବଶ୍ୟକ ଥିବା ବେଳେ, ୩ଟି ବଲ୍ ରେ ୨ ରନ୍ ଦେଇ ୨ଟି ୱିକେଟ୍ ହାତେଇଥିଲେ ବିଜୟ । ସେହିପରି କୁଲଦୀପ ୪ଟି  ଓ ବୁମରାହ ୨ଟି ୱିକେଟ୍ ନେବା ସହ ବିଜୟରେ ନିର୍ଣ୍ଣାୟକ ଭୂମିକା ନିଭାଇଥିଲେ । ସେପଟେ ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ , କ୍ୟାପଟେନ୍  କୋହଲିଙ୍କ ୪୦ ତମ ଶତକ ସହାୟତାରେ ୨୫୦ ରନ୍ କରିବାକୁ ସମର୍ଥ ହୋଇଥିଲା । ସଚିନଙ୍କ ପରେ ବିଶ୍ବର ଦ୍ବିତୀୟ କ୍ରିକେଟର୍ ଭାବେ କୋହଲି  ୪୦ ତମ ଶତକ କ୍ଲବରେ ସାମିଲ ହୋଇଛନ୍ତି । ଆଜିର ବିଜୟ ସହ ଭାରତ ଦିନିକିଆ କ୍ରିକେଟ୍ ଇତିହାସରେ ୫୦୦ତମ ବିଜୟ ହାସଲ କରିଛି । କୋହଲିଙ୍କୁ  ଶତକୀୟ ଇଂନିସ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

234 Views

   ସମ୍ବନ୍ଧିତ ଖବର