Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବ୍ୟାଡ ଲକ୍‌ ନ୍ୟୁଜିଲାଣ୍ଡ: ସୁପର ଓଭରରେ ପୁଣି ଝଟ୍‌କା, ଜିତିଲା ଭାରତ

31/01/2020 at 4:13 PM

ୱେଲିଂଟନ ୩୧୦୧ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪ର୍ଥ ଟି୨୦ ସ୍କୋର ଟାଇ ହୋଇଥିଲା । ରୋମାଞ୍ଚକର ମୁକାବିଲାରେ ୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କିଓ୍ୱି ଦଳ ଟାଇ କରିବାକୁ ସମର୍ଥନ ହୋଇପାରିଥିଲା । କଲେନ୍ ମନରୋ ସର୍ବାଧିକ ୬୪ ରନ ବଳରେ ୭ ଓ୍ୱିକେଟରେ ୧୬୫ ରନ କରିପାରିଥିଲା। ଭାରତ ଶେଷ ଓଭରରେ ମାପଚୂପ ବୋଲିଂ କରି ମ୍ୟାଚ୍ ପ୍ରଥମେ ସ୍କୋରକୁ ଟାଇ ରଖିଦେଇଥିଲା। ପରେ ସୁପର ଓଭରରେ ମ୍ୟାଚର ଫଇସଲା ହୋଇଥିଲା। ଏଥିରେ ଭାରତ ବିଜୟୀ ହୋଇଛି। ଭାରତ ମ୍ୟାଚ୍ ବିଜୟୀ ସହ ୪-୦ରେ ସିରିଜ ଜିତି ନେଇଛି।

ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ସୀମିତ ୧ଓଭରରେ କିଓ୍ବି ଦଳ ୧୩ରନ କରିଥିଲା । ଭାରତୀୟ ଓପନର କେ.ଏଲ୍. ରାହୁଲ ଓ ବିରାଟ କୋହଲି ୧୪ରନ୍‌ର ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲେ । ରାହୁଲ ୨ଟି ବଲ୍‌ ଖେଳି ୧୦ ରନ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ସୁପର ଓଭରର ୫ମ ବଲ୍‌ରେ ୪ମାରି ଟାର୍ଗେଟ ହାସଲ କରିଥିଲେ । ତେବେ ଦଳ ଗୋଟିଏ ଓ୍ବିକେଟ ହରାଇ ବିଜୟୀ ହୋଇଛି । ଭାରତ ସିରିଜରେ ୪-୦ରେ ଆଗୁଆ ରହିଛି ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ସଂଞ୍ଜୁ ସାମସନ୍ ଓ କେଏଲ ରାହୁଲ ଭାରତ ପକ୍ଷରୁ ଓପନିଂ କରିବାକୁ ଓହ୍ଲାଇଥିଲେ । କିନ୍ତୁ ବ୍ୟକ୍ତିଗତ ୮ରନ କରିଆଉଟ ହୋଇଯାଇଥିଲେ ସଞ୍ଜୁ । ମନୀଷ ପାଣ୍ଡେ ସର୍ବାଧିକ ୫୦ରନ୍‌ କରିଥିବା ବେଳେ ରାହୁଲ ୩୯, ଶର୍ଦ୍ଦୁଲ ଠାକୁର ୨୦ କରିଥିଲେ । ତେବେ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଲାଗି ସୀମିତ ଓଭରରେ ଭାରତ ୧୬୫ରନ୍ କରିବାକୁ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ସୋଢି ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି ।

୧୬୬ ରନକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ମାର୍ଟିନ ଗୁପ୍ଟିଲ ୪ରନ୍ କରି ଆଉଟ ହୋଇଥିବା ବେଳେ କୋଲିନ ମୁନରୋ ସର୍ବାଧିକ ୬୪ ଓ ଟିମ୍ ସେଫଟ ୫୭ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରସ୍ ଟେଲର ୨୪ରନ କରିଥିଲେ । ଶେଷ ଆଡକୁ ଭାରତୀୟ ବୋଲର ଉପଯୋଗୀ ବୋଲିଂ କରି ସ୍କୋର ଟାଇ ରଖିଥିଲେ। ପରେ ସୁପର ଓଭରରେ ମ୍ୟାଚ୍‌ର ନିର୍ଣ୍ଣୟ ହୋଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଗୋଟିଏ ଓଭରରେ ୧୩ ରନ କରିଥିଲା। ଜବାବରେ ଭାରତ ଗୋଟିଏ ବଲ୍ ବାକି ଥାଇ ଟାର୍ଗେଟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶର୍ଦ୍ଦୁଳ ଠାକୁର ୨, ୟୁଜବେନ୍ଦ୍ର ଚହଲ ଓ ବୁମ୍‌ରାହ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

   Related Posts