ଅକ୍‌ଲାଣ୍ଡରେ ଭାରତୀୟ ଟିମ୍‌ର ଧମାକା, ନ୍ୟୁଜିଲାଣ୍ଡକୁ ୭ଓ୍ବିକେଟ୍‌ରେ ପରାସ୍ତ କଲା ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | January 26, 2020 IST

ଅକ୍‌ଲାଣ୍ଡ ୨୪।୦୧: ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ପରେ ଏବେ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ସହଜ ବିଜୟ ହାସଲ କରିଛି ବିରାଟ ବାହିନୀ । ନ୍ୟୁଜିଲାଣ୍ଡ ପକ୍ଷରୁ ଦିଆଯାଇଥିବା ୧୩୩ରନ୍‌ରେ ଟାର୍ଗେଟକୁ ୨.୩ ଓଭର ଥାଇ ବିଜୟ ହାସଲ କରିଛି । ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିଲା ସିରିଜ  ଦ୍ବିତୀୟ ମ୍ୟାଚ୍‌ ।  ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ ଅଧିନାୟକ କେନ୍‌ ଓ୍ବିଲିୟମସନ୍ । ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୫ଓ୍ବିକେଟ ହରାଇ ୧୩୨ରନ୍‌ ହାସଲ କରିଥିଲା । ତେବେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ୨.୩ ଓଭର ଥାଇ ନ୍ୟୁଜିଲାଣ୍ଡ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ହାସଲ କରିନେଇଛି ଟିମ୍‌ ଇଣ୍ଡିଆ । ୫ଟିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା କିଓ୍ବି ଟିମ୍‌ ୨୦ ଓଭରରେ ୫ଓ୍ବିକେଟ ହରାଇ ୧୩୨ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗୁପ୍ଟିଲ ୩୩, ମୁନରୋ ୨୬, ଅଧିନାୟକ ଓ୍ବିଲିୟମସନ ୧୪, ଟେଲର ୧୮ ଓ ଟିମ୍‌ ସେଲିଫର୍ଟ ୩୩ ରନ ସହଯୋଗରେ ୧୩୨ରନ କରିପାରିଥିଲା ଦଳ । ସେହିଭଳି ଭାରତ ପକ୍ଷରୁ, ବୁମ୍‌ରାହ, ଶିବମ ଦୁବେ, ସର୍ଦ୍ଦୁଲ ଠାକୁର ଗୋଟିଏ-ଗୋଟିଏ ଓ୍ବିକେଟ ହାସଲ କରିଥିବା ବେଳେ  ରବିନ୍ଦ୍ର ଜାଡେଜା  ୨ଟି ଓ୍ବିକେଟ ହାସଲ କରିଥିଲେ ।

ଭାରତୀୟ ଟିମ୍ ୧୩୩ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ଦଳକୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । ଦଳୀୟ ସ୍କୋର ୮ ରନ ହୋଇଥିବା ବେଳେ ରୋହିତ ଶର୍ମା ୮ରନ୍‌ କରି ପାଭିଲିୟମ ଫେରିଯାଇଥିଲେ । ଏହାପରେ ଅଧିନାୟକ ବିରାଟ ଓ କେ.ଏଲ୍ ରାହୁଲଙ୍କ ମଧ୍ୟରେ ପାର୍ଟନରସିପ ହୋଇଥିଲା । କିନ୍ତୁ ବିରାଟ ୧୧ ରନ୍‌ ସଂଗ୍ରହ କରି ଆଉଟ ହୋଇଯାଇଥିଲେ । ଏହା ପରେ ପରେ କେ.ଏଲ୍ ରାହୁଲ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରେ ପାର୍ଟନରସିପ ହୋଇଥିଲା । ଦଳୀୟ ସ୍କୋର ୧୨୫ରନ୍‌ ହୋଇଥିବା ବେଳେ ଆୟର ବ୍ୟକ୍ତିଗତ ୪୪ରନ କରି ଆଉଟ ହୋଇଯାଇଥିଲେ । ପରେ କେ.ଏଲ୍ ରାହୁଲ ଓ ଶିଭନ ଦୁବେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ  । ରାହୁଲ ଦଳ ପକ୍ଷରୁ ସର୍ବାଧିକ ୫୭ ରନ ଓ ଦୁବେଙ୍କ ୮ରନ କରି ଅପରାଜିତ ରହିଥିଲେ ।  ଭାରତ ୨.୩ ଓଭର ବଲ ଥାଇ ଭାରତ ବିଜୟୀ ଲାଭ କରିଛି । ସେହିଭଳି ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୨ଟି ଓ୍ବିକେଟ ହାସଲ କରିଥିବା ବେଳେ ଇଷା ସୋଢି ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.