ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କଲା ଭାରତ

Published By : Prameya-News7 Bureau | January 15, 2019 IST

ଆଡଲିଡେ୧୫|୧: ଭାରତ ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟୀ ହୋଇଛି | ଆଜି ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଥିଲା | ଆଜିର ଏହି ମ୍ୟାଚରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୨୯୮ ରନ କରିଥିଲା | ଭାରତ ପାଇଁ ଶେଷ ଓଭରରେ ୭ରନ ଆବଶ୍ୟକ ଥିଲା | ଧୋନି ଗୋଟିଏ ବଲରେ ଛକ୍କା ମାରି ଭାରତକୁ ସମାନସ୍ଥିତିକୁ ନେଇଥିଲେ | ଏହାପରେ ଆଉ ଗୋଟିଏ ରନ କରି ଭାରତକୁ ୬ ଉଇକେଟରେ ଜିତାଇଥିଲେ ଧୋନି |

{"id":74290}

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିର ମ୍ୟାଚରେ ତାଙ୍କର ୩୯ ତମ ଶତକ କରିଛନ୍ତି | ବିରାଟ କୋହଲି ଆଜି ୧୧୨ଟି ବଲରୁ ୧୦୪ ରନ କରିଥିଲେ | ଶିଖର ଧାୱନ ଆଉଟ ହେବାପରେ ବିରାଟ ଷ୍ଟାଡିୟମକୁ ଓହ୍ଲାଇଥିଲେ | ସେ ଭାରତର ସ୍କୋର ୨୦୦ ଯାଏଁ ନେଇଯାଇଥିଲେ | ଧୋନି ୫୫ ରନ କରିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଥିଲେ | ଶିଖର ଧାୱନ ୩୨ ରନ କରିଥିଲେ | ଅମ୍ବାତି ରାୟୁଡୁ ୨୪ ରନ କରିଥିଲେ | ଦୀନେଶ କାର୍ତ୍ତିକ ୨୫ ରନ କରିଥିଲେ | ବିରାଟ ଆଉଟ ହେବାପରେ ଏମ.ଏସ.ଧୋନି ଏବଂ ଦୀନେଶ କାର୍ତ୍ତିକ ବ୍ୟାଟିଂ କରି ଭାରତକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ | ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା | ମ୍ୟାଚ ୧-୦ରେ ପଛୁଆ ଥିଲା | ଦ୍ୱିତୀୟ ମ୍ୟାଚ ଭାରତ ଜିତିବା ପରେ ସିରିଜ ୧-୧ ରେ ରହିଛି |

{"id":74291,"width":586,"height":331}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.