Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ତେଜିଲା ତେଲ କଳି ! ସାଉଦୀ ଆରବରୁ ଏକ ତୃତୀୟାଂଶ ଆମଦାନୀ ହ୍ରାସ କରିବ ଭାରତ

2/04/2021 at 8:09 PM

ନୂଆଦିଲ୍ଲୀ ୨।୪: ଅଶୋଧିତ ତୈଳ ଲାଗି ଭାରତ ଏବେ ସାଉଦୀ ଆରବ ଉପରେ ନିଜର ନିର୍ଭର ହ୍ରାସ କରିବାକୁ ପଦକ୍ଷେପ ନେଇଛି। ତୈଳ ମୂଲ୍ୟ ସ୍ଥିର ରଖିବା ଲାଗି ସାଉଦୀ ଆରବ ଓ ଅନ୍ୟ ତୈଳ ସମ୍ପନ୍ନ ଦେଶ (ଓପେକ୍) ଉତ୍ପାଦନ ହ୍ରାସ କରିଛନ୍ତି। ତେବେ ଆବଶ୍ୟକତା ଦୃଷ୍ଟିରୁ ଉତ୍ପାଦନ ବଢାଇବା ଲାଗି ଭାରତ ରିତିମତ ନିବେଦନ କରିଆସୁଥିଲେ ବି ଏଥିପ୍ରତି ଅଣଦେଖା କରାଯାଉଛି। ଫଳରେ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଏହାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡୁଛି। ଏଣୁ ଭାରତ ଏବେ ବିକଳ୍ପ ସନ୍ଧାନ କରୁଛି।

ଏଥିରେ ଭାରତ ସରକାର ତୈଳ କମ୍ପାନୀମାନଙ୍କୁ ପଶ୍ଚିମ ଏସିୟ ଦେଶରୁ ଅଶୋଧିତ ତୈଳ କ୍ରୟ ଲାଗି କରିଥିବା ରାଜିନାମା ପୁନଃ ସମୀକ୍ଷା କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ନିଜ ଅନୁକୁଳ ସର୍ତ୍ତ ଲାଗି ପୁଣି ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଥିବାରୁ ଭାରତର ଏହି ରଣନୀତି ଏବେ ତୈଳ ଉତ୍ପାଦକଙ୍କ ମେଣ୍ଟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।

ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟ ଉପୁଜିଥିବା ପରିସ୍ଥିତିରେ ସରକାରଙ୍କ ନିୟନ୍ତ୍ରଣାଧୀନ ଉପକ୍ରମ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସି)କୁ ପଶ୍ଚିମ ଏସୀୟ ଦେଶଙ୍କ ବ୍ୟତୀତ ବିଶ୍ୱର ଯେ ଦେଶରୁ ତୈଳ ଆମଦାନୀ ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।  ଭାରତ ମୋଟ ତୈଳ ଆବଶ୍ୟକତାର ୮୫ ପ୍ରତିଶତ ଆମଦାନୀ କରିଥାଏ। ଏଣୁ ତୈଳ ମୂଲ୍ୟରେ ହେଉଥିବା ଉଠାପକାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଥାଏ। ତେବେ ଓପେକ୍‌ ଦେଶମାନଙ୍କର ଉତ୍ପାଦନ ହ୍ରାସ ପଦକ୍ଷେପ କୋଭିଡ ଲକଡାଉନ୍‌ ପରେ ଭାରତକୁ ଗୁରୁତର ପ୍ରଭାବିତ କରିଛି।

ଆର୍ଥିକ ସଂକଟରୁ ମୁକୁଳିବା ଲାଗି ଦେଶ ଉଦ୍ୟମ ଚଳାଇଥିବା ବେଳେ ତୈ ମୂଲ୍ୟ ବୃଦ୍ଧି ଦେଶରେ ଜନ ଅସନ୍ତୋଷର କାରଣ ପାଲଟିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋଧିତ ତୈଳ ଦର ବୃଦ୍ଧି ଦେଶର ଆମଦାନୀ ବିଲ୍‌ ବୃଦ୍ଧି କରିଥିବା କହିଛନ୍ତି। ସେପଟେ ଦେଶରେ ଇନ୍ଧନ ଦର ସର୍ବକାଳିକ ଉଚ୍ଚସ୍ତରରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ କହିଛନ୍ତି।  

   Related Posts