ତୁର୍କୀ ଓ ଶ୍ରୀଲଙ୍କାରୁ ଝଟ୍‌କା, ହ୍ରାସ ହେବନି ପିଆଜ ଦର

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ୨୭।୧୨: ବର୍ତ୍ତମାନ ଦେଶରେ ପିଆଜ ଦର ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ । ତୁର୍କୀ ଏବେ ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ସେହିଭଳି ଶ୍ରୀଲଙ୍କା ମଧ୍ୟ କିଛି ଆଇନ କଡାକଡି କରିଥିବାରୁ ପିଆଜ ରପ୍ତାନୀ କମ୍ କରିଦେଇଛି । ଫଳରେ ବର୍ତ୍ତମାନ ଦେଶରେ ପିଆଜ ଦର ହ୍ରାସ ପାଇବାର କୌଣସି ଆଶା ନାହିଁ । ଦେଶରେ ପିଆଜ ଅମଳ ହେଲେ ଯାଇ ପିଆଜ ଦର ହ୍ରାସ ପାଇବା ଆଶା କରାଯାଇପାରିବ । ବଜାରରେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ପିଆଜ କିଲୋ ପ୍ରତି ୧୦୦ରୁ ୧୫୦ ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ସାଧାରଣ ପିଆଜ କିଲୋ ପ୍ରତି ୬୦ରୁ ୮୦ ଟଙ୍କାରେ ବିକ୍ରି କରାଯାଉଛି ।

{"id":203172,"sizeSlug":"large"}

ମହାରାଷ୍ଟ୍ରର ଲାସଲଗାଓଁ ହେଉଛି ଏସିଆର ସବୁଠୁ ବଡ ପିଆଜ ମଣ୍ଡି । ଏଠାରେ ପ୍ରତିଦିନ ପିଆଜ ଆମଦାନୀ ୧୨ହଜାର କ୍ବିଣ୍ଟାଲ ହୋଇଥାଏ । ଏବେ ଏହି ପରିମାଣ ବୃଦ୍ଧି ପାଇ ୧୩ ହଜାର କ୍ବିଣ୍ଟାଲ ହୋଇସାରିଲାଣି । ମାତ୍ର ପିଆଜ ମୂଲ୍ୟ ହ୍ରାସ ହେଉନାହିଁ ।  ଏବେ ଦେଶରେ ପିଆଜ ଦର ହ୍ରାସ କରିବାର କୌଣସି ଆଶା ମଧ୍ୟ ନାହିଁ । ଏଭଳି ସ୍ଥିତିରେ ପିଆଜ ନିଅଣ୍ଟ ନହେବା ପାଇଁ ମିଶର ଏବଂ ଆଫଗାନିସ୍ତାନଠାରୁ ମଧ୍ୟ ସାହାଯ୍ୟ ଲୋଡାଯାଇଛି ।

{"id":203173,"sizeSlug":"large"}

ପିଆଜ ବ୍ୟବସାୟୀମାନେ କହିଛନ୍ତି ଯେ, ତୁର୍କୀ ଏବେ ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଦେଇଛି । ଫଳରେ ତୁର୍କୀରୁ ପିଆଜ ଏବେ ଭାରତକୁ ଆସୁନାହିଁ । ଫଳରେ ପିଆଜ ନେଇ ସମସ୍ୟା ଦେଖାଦେଇଛି । ଶ୍ରୀଲଙ୍କା ମଧ୍ୟ କିଛି ନିୟମ କଡାକଡି କରିଦେଇଛି । ଫଳରେ ସେଠାରୁ ମଧ୍ୟ ଏବେ ପିଆଜ ରପ୍ତାନୀ ବନ୍ଦ ହୋଇଯାଇଛି ।  

{"id":203174,"width":575,"height":379,"sizeSlug":"large"}

ଫଳରେ ମିଶର ଏବଂ ଆଫଗାନିସ୍ତାନଠାରୁ ସାହାଯ୍ୟ ଲୋଡାଯାଇଛି । ଆଫଗାନିସ୍ତାନ ଓ୍ବାଘା ବର୍ଡର ଦେଇ ଭାରତକୁ ପିଆଜ ପଠାଉଛି । ବାହାର ଦେଶରୁ ଆମଦାନୀ ହେଉଥିବା ପିଆଜର ମୂଲ୍ୟ କିଲୋ ପ୍ରତି ୫୫ଟଙ୍କା ଥିବାବେଳେ ଘରୋଇ ପିଆଜର ମୂଲ୍ୟ କିଲୋ ପ୍ରତି ୬୫ ଟଙ୍କା ରହିଛି ।

{"id":203175,"width":576,"height":330,"sizeSlug":"large"}

ପିଆଜ ବ୍ୟବସାୟୀଙ୍କ କହିବା ଅନୁସାରେ ମିଶର ଏବଂ ଆଫଗାନିସ୍ତାନରେ ଅତ୍ୟଧିକ ପରିମାଣର ପିଆଜ ଉପଲବ୍ଧ ଅଛି । ମାତ୍ର ଆମଦାନୀରେ ସମସ୍ୟା ଥିବାରୁ ଅଧିକ ପିଆଜ ଆସିପାରୁନାହିଁ । ଜାନୁଆରୀରୁ ଫେବୃଆରୀ ମଧ୍ୟରେ ପିଆଜ ଦର ହ୍ରାସ ପାଇବା ନେଇ ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.