Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଚାଲବାଜ ଚୀନ ପାଇଁ ଭାରତର ନୂଆ ରଣନୀତି, ଜାପାନ ସହ ମିଶି ଭାରତ ମହାସାଗରେ ଡ୍ରାଗନକୁ ଏମିତି କରିବ ଅବରୋଧ

11/09/2020 at 11:03 AM

ନୂଆଦିଲ୍ଲୀ ୧୧/୦୯: ଚାଲବାଜ ଚୀନ ପାଇଁ ଭାରତ ଆଣିଛି ନୂଆ ରଣନୀତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚାଲିଥିବା ସୀମା ବିବାଦ ଭିତରେ ଭାରତ ମହାସାଗରେ ଚୀନର ଅବରୋଧକୁ ଭାରତ ତୀବ୍ର କରି ଦେଇଛି। ଏହି ପରିପ୍ରେକ୍ଷୀରେ ଭାରତ ଓ ଜାପାନ ମଧ୍ୟରେ ଗତ ବୁଧବାର ହୋଇଥିବା ରକ୍ଷା ଚୁକ୍ତିକୁ ଅଧିକ ଗୁରୁତ୍ବପୂଣ୍ର୍ଣ ବୋଲି ବିଚାର କରାଯାଉଛି। ଏହା ଜରିଆରେ ଦୁଇ ଦେଶ ପରସ୍ପରକୁ ସଶସ୍ତ୍ର ସେନାବାହିନୀ ଓ ସେବାର ଆଦାନ ପ୍ରଦାନ କରିବେ। ବୁଝାମଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜାପାନ ପ୍ରଧାନମନ୍ତ୍ରୀଙ୍କ ସିଞ୍ଜୋ ଆବେଙ୍କ ସହ ଫୋନରେ ଆଲୋଚନା ମଧ୍ୟ କରିଛନ୍ତି।

ରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁସାରେ ଜାପାନ ସହିତ ସଶସ୍ତ୍ରୀ ବାହିନୀ ପରସ୍ପର ସେବାରେ ନିଯୁକ୍ତ କରିବା ନେଇ ଏଭଳି ବୁଝାମଣା ପ୍ରଥମଥର ପାଇଁ ହୋଇଛି। ଫୋନରେ ସିଞ୍ଜୋଙ୍କ ସହ ମୋଦି ଅଧ ଘଣ୍ଟା ଆଲୋଚନା କରିଥିଲେ। ଏହା ସହ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ସିଞ୍ଜୋଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଯଦିଓ ଦୁଇ ଦେଶ ମଧ୍ୟ​‌ରେ ରଣନୀତି ସମ୍ବନ୍ଧ ପୂର୍ବରୁ ରହିଛି ମାତ୍ର ବର୍ତମାନ ଚୀନ ସହ ଚାଲିଥିବା ବିବାଦ ଭିତରେ ଏହି ବୁଝାମଣା ଭାରତ ମହାସାଗରରେ ଚୀନକୁ ଅବରୋଧ କରିବା ଦୃଷ୍ଟିରୁ ଗୁରୁତ୍ବ ବୋଲି ବିଚାର କରାଯାଉଛି। ଏହି ଚୁକ୍ତିରେ ଭାରତ ମହାସାଗରେ ଭାରତର ରଣନୀତିକୁ ଅଗ୍ରାଧିକାର ମିଳିବା ନେଇ ସମ୍ଭାବନା ରହିଛି।

ଯଦିଓ ଏହି ଚୁକ୍ତି ବିଷୟରେ ବେଶି କିଛି ବିସ୍ତୃତ ଭାବେ କୁହାଯାଇ ନାହିଁ। ମାତ୍ର ଭାରତୀୟ ସେନାଙ୍କୁ ଜାପାନ ସେନାମାନେ ଜରୁରୀ ସାମଗ୍ରୀ ଯୋଗାଇବେ। ଏହା ସହ ଭାରତୀୟ ସେନାର ପ୍ରତିରକ୍ଷା ଉପକରଣକୁ ମଧ୍ୟ ସର୍ଭିସିଂ ଦିଆଯିବ। ଏହି ସେନା ଭାରତୀୟ ସେନା ବେସରେ ଜାପାନୀ ସେନାବାହିନୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଯୁଦ୍ଧ ସ୍ଥିତିରେ ଏହି ସେବାକୁ ଖୁବ୍ ମହତ୍ବପୂଣ୍ର୍ର ବୋଲି କୁହାଯାଉଛି। ତେବେ ଭାରତ ଏହିପ୍ରକାର ବୁଝାମଣା ଆମେରିକା, ଅଷ୍ଟେ୍ରଲିଆ, ଫ୍ରାନ୍ସ, ଓମାନ ଓ ସିଙ୍ଗାପୁର ସହ କରିଛି। ଏବେ ଦୁଇ ନେତା ଆଶାବାଦୀ ଅଛନ୍ତି ଯେ ଏହି ବୁଝାମଣା ଦୁଇ ଦେଶ ମଧ୍ୟରେ ରକ୍ଷା ସହଯୋଗକୁ ସଶକ୍ତ କରିବ ଓ ଭାରତ ମହାସାଗରରେ ଶାନ୍ତି ଓ ସୁରକ୍ଷାରେ ଯୋଗଦାନ ଦେବ।

ସୂଚନାଯୋଗ୍ୟ ଭାରତ ଓ ଚୀନ ମଧ୍ୟରେ ଗତ ଚାରି ମାସ ହେବ ପୂର୍ବ ଲଦାଖରେ ସୀମା ବିବାଦ ଜାରି ରହିଛି। ସୀମାରେ ଉତ୍ତେଜନା କମ୍ କରିବା ତଥା ଶାନ୍ତି ବଜାୟ ରଖିବା ପାଇଁ ଅନେକ ସ୍ତରରେ ଆଲୋଚନା ହୋଇସାରିଲାଣି। ମାତ୍ର ଡ୍ରାଗନ ସେନା ଏବେ ବି ପଛକୁ ହଟିବାକୁ ପ୍ରସ୍ତୁତ ନାହିଁ।

   Related Posts