ଅକ୍ଟୋବରରୁ ସମଗ୍ର ବିଶ୍ବକୁ କରୋନା ଟିକା ରପ୍ତାନୀ କରିବ ଭାରତ: ମାଣ୍ଡଭିୟ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯: ଟିକାକରଣ ମହାଅଭିଯାନରେ ଦେଶରେ ଏବେ ସୁଦ୍ଧା ୮୧ କୋଟି ଡୋଜ୍‌ ଦିଆସରିଛି ବୋଲି ସୋମବାର କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସେଥିମଧ୍ୟରୁ ୧୦ କୋଟି ଡୋଜ୍‌ ଗତ ୧୧ ଦିନରେ ଦିଆଯାଇଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଆସନ୍ତା ମାସରୁ ବିଶ୍ବକୁ କୋଭିଡ ଭ୍ୟାକସିନ୍‌ ଯୋଗାଇବ ଭାରତ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଭ୍ୟାକସିନ୍‌ ମୈତ୍ରୀ ଜରିଆରେ ଭାରତ ସମଗ୍ର ବିଶ୍ବକୁ ସାହାଯ୍ୟ କରିବ ଏବଂ ଚତୁର୍ଥ ତ୍ରୈମାସିକରେ କୋଭାକ୍ସିନ୍‌ ଉପରେ ଜୋର ଦିଆଯିବ। ଆସନ୍ତା ମାସରେ ୩୦ କୋଟିରୁ ଅଧିକ ଟିକାର ଡୋଜ୍‌ ଉତ୍ପାଦନ ହେବ ବୋଲି ଆଶା ରହିଛି। ଆଗାମୀ ଦିନରେ ଟିକା ଉତ୍ପାଦନ ବଢ଼ିବ। କାରଣ ଜୈବିକ ଇ ଏବଂ ଅନ୍ୟ କମ୍ପାନୀ ନିଜ ନିଜର ଟିକା ବଜାରକୁ ଆଣିବେ।’

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏବେ ସୁଦ୍ଧା ମୋଟ ୭୯.୫୮ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି। ଆହୁରି ୧୫ ଲକ୍ଷ ଭ୍ୟାକସିନ୍‌ ଡୋଜ୍‌ ଆମଦାନୀ କରିବାକୁ ଲକ୍ଷ୍ୟ ରହିଛି। ଏବେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୫.୪୩ କୋଟି ଭ୍ୟାକସିନ୍‌ ଡୋଜ୍‌ ବଞ୍ଚିଛି ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.