ବିଶ୍ବ କପ୍ : ଏତିକି ମ୍ୟାଚ୍ ଜିତିଲେ ଫାଇନାଲରେ ପହଞ୍ଚିବ ଭାରତ,ନଚେତ୍ ମ୍ୟାଚରୁ ହେବ ବାହାର
6/06/2019 at 11:45 AM

ଇଂଲଣ୍ଡ ୬/୫: କ୍ରିକେଟ ବିଶ୍ବ କପରେ କରାଯାଇଥିବା ନିୟମକୁ ଧ୍ୟାନରେ ରଖି ସମସ୍ତ ଟିମକୁ ଏହି ବିଶ୍ବ କପରେ ୯ଟି ମ୍ୟାଚ୍ ଖେଳିବାକୁ ହେବ। ଏହି ନୂଆ ନିୟମ ଅନୁସାରେ ଭାରତକୁ ମଧ୍ୟ ୯ଟି ମ୍ୟାଚ୍ ଅଲଗା ଟିମ୍ ସହ ଖେଳିବାକୁ ପଡ଼ିବ। ଏହି ବିଶ୍ବକପର ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ଏବଂ ଭାରତକୁ ଟପ୍-୪ରେ ରହିବାକୁ ପଡ଼ିବ।
ବାସ୍ତବରେ ଟପ୍-୪ଟିମ୍ ମଧ୍ୟରେ ୨୦୧୯ ବିଶ୍ବକପ୍ର ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ। ଏଥିରେ ଯେଉଁ ଟିମ୍ ଜିତିବ ସେହି ଟିମ୍ ଫାଇନାଲ୍ ମ୍ୟାଚ୍ ଖେଳିବ।
ଏହାକୁ ଧ୍ୟାନରେ ରଖି ଭାରତୀୟ କ୍ରିକେଟ ଟିମ୍ ପ୍ରଥମ ୯ଟି ମ୍ୟାଚରୁ ଅତି କମରେ ୬ଟି ମ୍ୟାଚରେ ଜିତିବାକୁ ପଡ଼ିବ। ଫଳରେ ଭାରତ ଗ୍ରୃପ ଷ୍ଟେଜରେ ସବୁଠୁ ଟପରେ ପହଞ୍ଚିବ।
ବିଶ୍ବକପର ପ୍ରଥମ ସେମିଫାଇନାଲ୍ ଜୁଲାଇ ୯ଜୁଲାଇ ଏବଂ ଦ୍ବିତୀୟ ସେମିଫାଇନାଲ୍ ଜୁଲାଇ ୧୧ତାରିଖରେ ଖେଳାଯିବ। ବିଶ୍ବକପ୍ ୨୦୧୯ର ଫାଇନାଲ ମୁକାବିଲା ଜୁଲାଇ ୧୪ତାରିଖରେ ଖେଳାଯିବ।
ବିରାଟ କୋହଲି,ରୋହିତ ଶର୍ମା,ଶିଖର ଧଓ୍ବନ,ମହେନ୍ଦ୍ର ସିଂହ ଧୋନୀ,କେଦାର ଯାଦବ,ହାର୍ଦ୍ଦିକ ପାଣ୍ଡ୍ୟା,ଭୁବନେଶ୍ବର କୁମାର,କୁଳଦୀପ ଯାଦବ,ୟୁଜବେନ୍ଦ୍ର ଚହଲ,ଜସପ୍ରୀତ ବୁମରାହ,ମହମ୍ମଦ ଶାମି,ବିଭୟ ଶଙ୍କର,ଦିନେଶ କାର୍ତ୍ତିକ,କେ ଏଲ୍ ରାହୁଲ ଏବଂ ରବୀନ୍ଦ୍ର ଜାଡ଼େଜା ଆଦି ଭାରତୀୟ ଟିମରେ ଖେଳୁଛନ୍ତି।