୨୦୨୩ ସୁଦ୍ଧା ଭାରତ ୧୫ ନିୟୁତ ଟନ୍ କମ୍ପ୍ରେସଡ୍ ବାୟୋଗ୍ୟାସ୍ ଉତ୍ପାଦନ ଲକ୍ଷ୍ୟ ରଖିଛି ,ବିନିଯୋଗ ହେବ ୨୪ ବିଲିୟନ ଡଲାର

Published By : Prameya-News7 Bureau | June 23, 2020 IST

ଚେନ୍ନାଇ, ୨୩|୦୬: ଭାରତ ଗ୍ଲୋବାଲ ଫଣ୍ଡର ସନ୍ଧାନ କରୁଛି ଓ ବାୟୋଗ୍ୟାସ୍ ପ୍ରକଳ୍ପ ପାଇଁ ଲୋନ୍ ଦେବାକୁ ପ୍ରଥମିକତା ଦେଉଛି । ଦେଶ ତୈଳର ଆମଦାନୀକୁ କମ୍ କରିବା ପାଇଁ ଗୁରୁତ୍ୱ ଦେଉଥିବା କହିଛନ୍ତି ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତାମିଲନାଡୁରେ ଏକ ବାୟୋଗ୍ୟାସ ପ୍ରକଳ୍ପର ଉଦଘାଟନୀ ସମାରୋହରେ ଧର୍ମେନ୍ଦ୍ର କହିଛନ୍ତି ଯେ, ସିବିଜି ପ୍ରକଳ୍ପକୁ ପ୍ରାଧାନ୍ୟ ଦେବା ପାଇଁ ଗ୍ଲୋବାଲ ଫଣ୍ଡର ସନ୍ଧାନ କରାଯାଉଛି । ଭାରତ ୨୦୨୩ ସୁଦ୍ଧା ୫୦୦୦ ପ୍ଲାଣ୍ଟରୁ ୧୫ ମିଲିୟନ ଟନ୍ କମ୍ପ୍ରେସଡ୍ ବାୟୋଗ୍ୟାସର ଉତ୍ପାଦନ କରିବା ପାଇଁ ୨୪ ବିଲିୟନ ଡଲାରର ନିବେଶ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହାକୁ ଜୈବିକ ଚାଷରେ ଉପଯୋଗ କରାଯାଇପାରିବ । ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଏକ ନୂଆ ପ୍ୟାକେଜ୍ ଜରିଆରେ ସମଗ୍ର ଦେଶରେ ଥିବା ଉଦ୍ୟୋଗୀଙ୍କୁ ପ୍ରଦାନ କରାଯିବ ।

ସେ ଆହୁରି କହିଛନ୍ତି ଯେ, ଉତ୍ତର ଭାରତରେ ମଧ୍ୟ ବାୟୋଗ୍ୟାସ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ବିଚାର କରାଯାଉଛି । ଫଳରେ ଶୀତ ଦିନେ ହେଉଥିବା ବାୟୁ ପ୍ରଦୂଷଣ ଆଉ ହେବ ନାହିଁ । ପ୍ରଦୂଷଣକୁ ଅନେକ ମାତ୍ରାରେ କମ୍ କରାଯାଇପାରିବ । କାରଣ ଅକ୍ଟୋବର ଓ ନଭେମ୍ବରେ ଚାଷୀମାନେ ଫସଲ ଅମଳ ପରେ ବିଭିନ୍ନ ଅଦରକାରୀ ଉତ୍ପାଦକୁ ପୋଡି ଦେଇଥାନ୍ତି । ଫଳରେ ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.