ବିଶ୍ବକପ୍ ୨୦୧୯ ପୂର୍ବରୁ ୧୩ ଦିନିକିଆ ଖେଳିବ ଭାରତୀୟ କ୍ରିକେଟ୍ ଟିମ୍

Published By : Prameya-News7 Bureau | January 02, 2019 IST

ନୂଆଦିଲ୍ଲୀ ୦୨|୦୧: ଭାରତୀୟ କ୍ରିକେଟ୍ ଟିମ୍ ୨୦୧୯ ବିଶ୍ବକପ୍ ପୂର୍ବରୁ ୧୩ ଦିନିକିଆ ଖେଳିବ। ବିଶ୍ବକପ୍ ଆଗାମୀ ମେ’ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଭାରତ ଅତି କମରେ ଗୋଟିଏ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାରଠାରୁ ସିଡିନିରେ ଖେଳିବ। ଏହା ପରେ ୧୨, ୧୫ ଓ ୧୮ରେ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଖେଳାଯିବ। ଜାନୁଆରି ୨୩ରୁ ଫେବ୍ରୁଆରି ୩ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଏବଂ ଅଷ୍ଟ୍ରେଲିଆ ସହ ଫେବ୍ରୁଆରି ୨୪ରୁ ମାର୍ଚ୍ଚ ୮ ମଧ୍ୟରେ ୫ ଦିନିକିଆ ଘରୋଇ ମାଟିରେ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.