Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚୀନ ସୀମାରେ ବନ୍ଦ ହେବ ନାହିଁ ଭାରତର ସଡକ ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ

25/05/2020 at 6:44 PM

ନୂଆଦିଲ୍ଲୀ ୨୫/୦୫ : ଚୀନ ସୀମାରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ସରକାର ସ୍ପଷ୍ଟ କରିଛନ୍ତି ଯେ ସୀମାରେ ସଡକ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ହେବନାହିଁ | ସୂତ୍ର ଅନୁଯାୟୀ, ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ସୀମାରେଖାରେ ଯେଉଁ ବିବାଦ ଚାଲିଛି ତାହା ସିମବର୍ତ୍ତୀ ଅଞ୍ଚଳରେ ସଡକ ଏବଂ ଅନ୍ୟ ମୂଳ ସୁବିଧା ଯୋଗୁଁ ରହିଛି | ଚୀନ ଚାହୁଁନି ଯେ ଭାରତର ଅଧିକାରୀ ଅଞ୍ଚଳରେ ଏହିସବୁ କାର୍ଯ୍ୟ ହେଉ | ସେଥିପାଇଁ ସୀମାରେ ସର୍ବଦା ବିବାଦ ଲାଗି ରହିଛି | କିନ୍ତୁ ସୀମାରେ ବିବାଦ ଲାଗି ରହିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ହେବନି ବୋଲି ଭାରତ ସରକାର କହିଛନ୍ତି |

ଗେଲବାନ ଘାଟିରେ ଚୀନ ଯେଉଁ ୮୦ଟି ଟେଣ୍ଟ ଲଗାଇ ବସିଥିଲା ତାହା ଲଦାଖର ଦୂରବୁକଋ ଶ୍ୟକ ଦେଇ ଡିବିଓ ପର୍ଯ୍ୟନ୍ତ ରହିଛି | ଏହା ପାଖାପାଖି ୨୫୫ କିଲୋମିଟର ଲମ୍ବା ଡ଼ିଏସଡ଼ିବିଓ ସଡକ ଯାହାର ଉଦଘାଟନ ସୁରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତବର୍ଷ ଅକ୍ଟୋବର ମାସରେ କରିଥିଲେ | ସେତେବେଳେ ଏହି ସଡକରେ ଶ୍ୟକ ନଦୀରେ କର୍ଣ୍ଣଲ ଚେବାଙ୍ଗ ସେତୁ ନିର୍ମାଣ ହୋଇଥିଲା | ଫଳରେ ସଡକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା | 

ଡ଼ିଏସଡ଼ିବିଓ ସଡକ ହେବାପରେ ଡିବିଓ ଏବଂ କାରାକୋରମ ଦର୍ରା ଲଦାଖ ପ୍ରଶାସନିକ ମୁଖ୍ୟ କାର୍ଯ୍ୟାଳୟ ଲେହ ସହ ଯୋଡି ହୋଇଗଲା | ଏଠାରେ ସେନାର ୧୪ତମ କୋର ର ମୁଖ୍ୟ କାର୍ଯ୍ୟାଳୟ ରହିଛି | ସଡକ ହେବାପରେ ଏଠାରେ ଭାରତୀୟ ସେନା ବଙ୍କର, ବ୍ୟାରେକ ଏବଂ ଡିଫେନ୍ସ ଫର୍ଟିଫିକେସନ କାମ ସମ୍ପୂର୍ଣ କରିଛନ୍ତି |

କର୍ଣ୍ଣଲ ଚେବାଙ୍ଗ ରିନଛେନଙ୍କୁ ଲଦାଖର ସିଂହ ବୋଲି କୁହାଯାଏ | ୧୯୬୨ ଯୁଦ୍ଧ ସମୟରେ ଚୀନ ବିରୋଧରେ ବାହାଦୁରି ପାଇଁ ସେନା ମେଡାଲରେ ସମ୍ମାନିତ କରିଥିଲା | ୧୯୪୮ ଏବଂ ୧୯୬୫ ଯୁଦ୍ଧରେ ମଧ୍ୟ ତାଙ୍କୁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା | 

ଏହାଛଡା ଫିଙ୍ଗର ଅଞ୍ଚଳରେ ମଧ୍ୟ ଭାରତୀୟ ସେନା ଏକ ସଡକ ନିର୍ମାଣ କରୁଛି ଯାହାକୁ ନେଇ ଚୀନ ଆପତ୍ତି ଦର୍ଶାଇଛି | ଏହାସହ ନେପାଳ ଓ ଚୀନର ଟ୍ରାଇ ଜଙ୍କସନରେ ପିଠୋରଗଡ଼ ଧାରଚୂଲାଋ ଲିପୁଲେଖ ପର୍ଯ୍ୟନ୍ତ ହୋଇଥିବା ସଡକ ମଧ୍ୟ ଚୀନ ଆଖିରେ କଣ୍ଟା ସାଜିଛି | ଲିପୁଲେଖ ସଡକ ୧୭ ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ଲମ୍ବିଛି | ଏଠାରେ ବହୁତ ନଦୀ ନାଳ ରହିଛି ଏବଂ ଏହା ଏକ ଦୁର୍ଗମ ଅଞ୍ଚଳ | ଡିବିଓ ଅଞ୍ଚଳ ପ୍ରତିକୂଳ ଜଳବାୟୁ ଏବଂ କମ ଅକ୍ସିଜେନ ମାତ୍ରା ଥିବା ଅଞ୍ଚଳ | ସେଥିପାଇଁ ସେଠାରେ କାମ କରିବା ଏକ ଚେତାବନୀ ସଦୃଶ |

ଚୀନ ନିଜ ଅଞ୍ଚଳରେ ୪ ଲେନ ବିଶିଷ୍ଟ ହାଇୱେ ନିର୍ମାଣ କରିଥିବା ଜଣାପଡିଛି | ଏହି ହାଇୱେ ଗେଲବାଣୀ ଘାଟି ନିକଟ ହୋଇ ଯାଇଛି | ଚୀନର ମାଇକ୍ରୋ ବ୍ଲଗିଂଗ ସାଇଟରେ ଏକ ପୋଷ୍ଟ ଭାଇରାଲ ହେଉଛି | ଯେଉଁଥିରେ ଅଭିଯୋଗ ହୋଇଛି ଯେ ପେଙ୍ଗଙ୍ଗ ତ୍ସ୍ୟ ଲେକ ନିକଟରେ ଫିଙ୍ଗର ଏରିଆରେ ଭାରତୀୟ ସେନା କିଛି ଶହ ମିଟର ଭିତରକୁ ଆସି ଚୀନ ସୀମାର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦେଖିଲ ହୋଇଛି | ସେଥିପାଇଁ ଚୀନ ସେନା ପାଟ୍ରୋଲିଂ କରୁଛନ୍ତି | 

   Related Posts