ମ୍ୟାଁମାରର ସିତ୍ୱେ ପୋର୍ଟ ସଞ୍ଚାଳନ କରିବ ଭାରତ, ପୂର୍ବୋତ୍ତର ରାଜ୍ୟଙ୍କ ପ୍ରତି ଥମିବ ଚୀନ୍ ବିପଦ

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୧୦।୧୧: ମ୍ୟାଁମାର ସିତ୍ୱେ ବନ୍ଦରର ପରିଚାଳନା କରିବ ଭାରତ। ଆଗାମୀ ବର୍ଷ ପ୍ରଥମ ତ୍ରୈମାସିକରେ ଏହି ପୋର୍ଟର ଦାୟିତ୍ୱ ହାତକୁ ନିଆଯିବ। ଗୁରୁବାର ବୈଦେଶିକ ସଚିବ ଏହି ସୂଚନା ଦେଇଛନ୍ତି। ପୂର୍ବରୁ  ଇରାନର ଚାବହାର ବନ୍ଦର ପରିଚାଳନା ଦାୟିତ୍ୱ ହାତକୁ ନିଆଯାଇଥିବା ବେଳେ ଏବେ ସିତ୍ୱେ ହେବ ଭାରତର ଦ୍ୱିତୀୟ ବିଦେଶୀ ବନ୍ଦର । ତେବେ ସିତ୍ୱେ ବନ୍ଦର ପରିଚାଳନା ଦାୟିତ୍ୱ ମିଳିବା ଦେଶର ପୂର୍ବୋତ୍ତର ରାଜ୍ୟମାନଙ୍କ ଲାଗି ଚୀନ ବିପଦ ହ୍ରାସ ଲାଗି ସହାୟକ ହେବ ବୋଲି କୁହାଯାଇଛି। 

{"id":337313,"width":576,"height":367,"sizeSlug":"large"}

ମ୍ୟାଁମାର ଉପରେ ଚୀନ୍‌ର ପ୍ରଭୁତ୍ୱ ଦୀର୍ଘବର୍ଷରୁ ରହିଛି। ଏହା ସତ୍ତ୍ୱେ ବନ୍ଦର ହାତେଇବାରେ ଭାରତ କୁଟନୈତିକ ସଫଳତା ହାସଲ କରିଛି। ଗୁରୁବାର ଦୁଇ ଦେଶଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭାରତ-ମ୍ୟାଁମାର ସମ୍ପର୍କ ସମୀକ୍ଷା କରାଯାଇଥିଲା। ପଡୋଶୀ ଦେଶଙ୍କ ସହ ଭାରତର ଏହା ତୃତୀୟ ସମୀକ୍ଷା ବୈଠକ ହୋଇଥିବା ବେଳେ ଏହା ସଫଳ ହୋଇଥିବା ବୈଦେଶିକ ସଚିବ ସୂଚିତ କରିଛନ୍ତି।

{"id":337317,"sizeSlug":"large"}

ଏହା ପୂର୍ବରୁ ବାଂଲାଦେଶ ଓ ଶ୍ରୀଲଙ୍କା ସହ ସମ୍ପର୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମ୍ୟାଁମାର ସହ ବୈଠକ ପରେ ଗୁରୁବାର ବୈଦେଶିକ ସଚିବ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମ୍ୟାଁମାର ଲାଗି ଭାରତ ୧.୪ବିଲିୟନ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି କୋଭିଡ-୧୯ ମହାମାରୀ ସତ୍ତ୍ୱେ ଆଗାମୀ ବର୍ଷ ପ୍ରଥମ ତ୍ରୈମାସିକରୁ ଭାରତ ମ୍ୟାଁମାରର ସିତ୍ୱେ ବନ୍ଦରର ପରିଚାଳନା ଦାୟିତ୍ୱ ନେଉଥିବା ସଚିବ ସୂଚିତ କରିଛନ୍ତି। ଏହା ଛଡା ଭାରତ-ମ୍ୟାଁମାର ଓ ଥାଇଲାଣ୍ଡକୁ ସଂଯୁକ୍ତ କରୁଥିବା ୬୯ଟି ପୋଲର ନିର୍ମାଣ ଲାଗି ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ବୋଲି ମଧ୍ୟ ସଚିବ କହିଛନ୍ତି।

{"id":337318,"width":575,"height":323,"sizeSlug":"large"}

ଭାରତ କାଲାଦାନ ପ୍ରକଳ୍ପରେ ସିତ୍ୱେ ପୋର୍ଟର ନିର୍ମାଣ କରିବ । ଖାସ ସିଲିଗୁଡି କରିଡୋର ଉପରେ ପୂର୍ବୋତ୍ତର ରାଜ୍ୟମାନଙ୍କର ନିର୍ଭରତା ହ୍ରାସ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ସିଲିଗୁଡି କରିଡୋର ମାତ୍ର ୨୭ କିଲୋମିଟରର। ହେଲେ ଚୀନ୍‌ ସହ ଯୁଦ୍ଧସ୍ଥିତିରେ ଏହି କରିଡୋର ଲାଗି ଭାରତ ଦୁର୍ବଳ ହୋଇପାରେ। ଏହି ରାସ୍ତାକୁ ଭାଙ୍ଗି ସମଗ୍ର ପୂର୍ବୋତ୍ତର କ୍ଷେତ୍ରକୁ ଚୀନ୍‌  ଭାରତ ଠାରୁ ପୃଥକ କରିଦେଇପାରେ।  ଏଣୁ ସିତ୍ୱେ ବନ୍ଦର ପରିଚାଳନା ଦାୟିତ୍ୱ ନେଇ ଏହାକୁ କୋଲକାତା ବନ୍ଦର ସହ ସଂଯୁକ୍ତ କରିବା ଭାରତର ମୁଖ୍ୟ ଉଦ୍ଦେଶ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.