ଆସନ୍ତାକାଲି ଭାରତ ଲଞ୍ଚ କରିବ ଆର୍ଥ ଇମେଜିଙ୍ଗ ଆଣ୍ଡ ମ୍ୟାପିଂ ସାଟେଲାଇଟ୍

Published By : Prameya-News7 Bureau | November 26, 2019 IST

ଶ୍ରୀହରିକୋଟା ୨୬।୧୧ -  ଆସନ୍ତାକାଲି ଲଞ୍ଚ ହେବ ଆର୍ଥ ଇମେଜିଙ୍ଗ ଆଣ୍ଡ ମ୍ୟାପିଂ ସାଟେଲାଇଟ୍ ବା କାର୍ଟୋସାଟ୍-୩ । ଶ୍ରୀହରକୋଟା ଲଞ୍ଚ ପ୍ୟାଡ୍ ରୁ ଏହା ସକାଳ ୯ଟା ୨୮ ମିନିଟ୍ ରେ ଲଞ୍ଚ କରାଯିବାକୁ ଧାର୍ଯ୍ୟ କରାଯାଇଛି । ଏହା ସହ ଆମେରିକାର ଅନ୍ୟ ୧୩ ଟି ଛୋଟ ବାଣିଜ୍ୟିକ ସାଟେଲାଇଟ୍ ମଧ୍ୟ ଲଞ୍ଚହେବ । ଏଥିପାଇଁ କାଉଣ୍ଟ ଡାଉନ୍  ଆରମ୍ଭ ହୋଇଯାଇଛି ।

 ପିଏସ୍ ଏଲ୍ ଭି -C47 ରକେଟ୍ ଦ୍ବାରା ଲଞ୍ଚ ହେବାକୁ ଥିବା କାର୍ଟୋସାଟ୍ ର ଓଜନ ୧୬୨୫ କିଲୋଗ୍ରାମ । ତେବେ ସବୁଠୁ ବଡ କଥା ହେଉଛି ୨୭ ମିନିଟ୍ ରେ ଏହି ୧୪ ଟି ସାଟେଳାଇଟ୍ ଲଞ୍ଚ ହେବ । କାର୍ଟୋସାଟ୍ -୩ ହେଉଛି ଥାର୍ଡ ଜେନେରେସନ୍ ର ସବୁଠୁ ଉଚ୍ଚକ୍ଷମତା ସଂପର୍ଣ୍ଣ ଉପଗ୍ରହ ।  ଏହି ସାଟେଲାଇଟ୍ ଦ୍ବାରା ଉଚ୍ଚକ୍ଷମତା ସଂପନ୍ନ ଫଟୋ ଉଠାଯାଇପାରିବ । ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ ଏହା ବେଶ ସହାୟକ ହୋଇପାରିବ । ସେହିଭଳି ଅନ୍ତରୀକ୍ଷରୁ ଏହା ଭାରତର ସୀମା ଉପରେ ମଧ୍ୟ ନଜର ରଖିପାରିବ । ଏହି ସାଟେଲାଇଟ୍ ଲଞ୍ଚ କରିବାରେ ପିଏସ୍ ଏଲ୍ ଭି -C47 ହେବ୨୧ ତମ ଫ୍ଲାଇଟ୍ ଯାହା ଏକ୍ସଏଲ୍ ଆକାରର । ପିଏସ୍ ଏଲ୍ ଭି ୩୨୦ ଟନ୍  ଓଜନ ଏବଂ ୪୪ ମିଟର ଲମ୍ବା ରକେଟ୍ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଇସ୍ରୋ ଗତ ୨୨ ମେରେ କାର୍ଟୋସାଟ୍ - ୨ ରେ ଲଞ୍ଚ ହୋଇଥିଲା । ନିକଟରେ ଚନ୍ଦ୍ରଯାନ ଲଞ୍ଚ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାକୁ ଲାଗିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.