ଭାରତରେ ହେବ ଆଇପିଏଲ ୨୦୨୧ ! ବିଦେଶରେ ଆୟୋଜନ କରିବାର ଯୋଜନା ନାହିଁ: ବିସିସିଆଇ ଅଧିକାରୀ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦/ ୦୧: ଭାରତରେ କରୋନ ମହାମାରୀ ପରେ ସ୍ଥିତିରେ ଅନେକ ସୁଧାର ଆସିଛି। ଏମିତିରେ ପରବର୍ତ୍ତୀ ଆଇିପିଏଲ ସଂସ୍କରଣ ବିଦେଶରେ ଆୟୋଜନ କରାଯିବାର କୌଣସି ଆବଶ୍ୟକତା ନଥିବା କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ। ଚଳିତବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଭାରତରେ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କୋଷାଧ୍ୟକ୍ଷ ଅରୁଣ ଧୁମଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବିସିସିଆଇ ଚଳିତ ବର୍ଷ ଆଇପିଏଲ ବାହାର ଦେଶରେ କରିବାକୁ କୌଣସି ଯୋଜନା ରଖିନାହିଁ। ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସଂସ୍କରଣ ଭାରତରେ ହିଁ ହେବାର ପୁରା ସମ୍ଭାବନା ରହିଛି। ଏଥିପାଇଁ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି।

{"id":401293,"width":573,"height":430,"sizeSlug":"large","linkDestination":"none"}

ସେ ଆହୁରି କହିଛନ୍ତି ଯେ, ଷ୍ଟାଡିୟମରେ ଦର୍ଶକ ମାନେ ପୁନଶ୍ଚ କିଭଳି ଯାଇ ଖେଳର ମଜା ଉଠାଇ ପାରିବେ ସେ ନେଇ ମଧ୍ୟ ବସିସିଆଇ ବିଚାର ବିମର୍ଶ କରୁଥିବା ସେ କହିଛନ୍ତି। ଏଥିସହିତ ଖେଳାଳିଙ୍କୁ କରୋନା ଟିକା ଦେବା ପାଇଁ ସରକାରଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି।

ଧୁମଲ କହିଛନ୍ତି, ବର୍ତ୍ତମାନ ସମୟରେ ଭାରତ ୟୁଏଇ ଅପେକ୍ଷା ଅଧିକ ସୁରକ୍ଷିତ ରହିଛି। ଆଶା କରାଯାଉଛି ଯେ ସ୍ଥିତି ସ୍ଥିର ରହିବା ସହିତ ଅଧିକ ସୁଧାର ହେବ। ୟୁଏଇରେ ଯେଉଁଠି କରୋନା ମାମଲା ବଢିବାରେ ଲାଗିଛି ସେହି ସମୟରେ ଭାରତରେ ସଂକ୍ରମଣ ହ୍ରାସ  ଘଟୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.