Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବେଜିଂକୁ ଚେତାଇଲେ ବିଶେଷଜ୍ଞ : ଭାରତ ଉପରେ ଆକ୍ରମଣ କଲେ ଚୀନ୍‌କୁ ମହଙ୍ଗା ପଡ଼ିବ, ସୈନ୍ୟଙ୍କ ଦକ୍ଷତା ଓ ରଣ କୌଶଳରେ ଭାରତ ଭାରି ପଡ଼ିବ

18/06/2020 at 3:56 PM

ନୂଆଦିଲ୍ଲୀ ୧୮।୦୬: କରୋନା ଉପରୁ ଦୃଷ୍ଟି ଆଡେଇବାକୁ  ଚୀନ୍‌ ଏବେ ସାମରିକ ବିବାଦ ଆରମ୍ଭ କରିଛି । ଦକ୍ଷିଣ ଚୀନ୍‌ ସାଗରରେ ବିବାଦକୁ ଉସକାଇବା ପରେ ଏବେ ପଡୋଶୀ ଭାରତ ସହ ସୀମା ବିବାଦକୁ ନେଇ ଉତ୍ତେଜନା । ଦୀର୍ଘ ୪୬ବର୍ଷ ପରେ ଦୁଇ ଦେଶ ମଧ୍ୟରେ ରକ୍ତପାତରେ ଉଭୟ ପକ୍ଷର କିଛି ସୈନିକ ପ୍ରାଣ ହରାଇଛନ୍ତି । ଏପରିକି ଏହି ଘଟଣା ଦୁଇ ପାରମ୍ପରିକ ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟ ଦେଖାଦେଇଛି । ତେବେ ଯଦି ଯୁଦ୍ଧ ଲାଗିଯାଏ , ବୃହତ ଶକ୍ତି ହୋଇଥିଲେ ମଧ୍ୟ ଚୀନ୍‌କୁ ଝ୍‌ଟକା ଲାଗିବ ଏବଂ ଭାରତର ପଲ୍ଲା ଭାରି ରହିବ । ଏକ ଆମେରୀକୀୟ ଓ୍ୱେବସାଇଟ୍‌ରେ ଏସଂପର୍କୀତ ରିପୋର୍ଟ ଚୀନ୍‌ର ବିଦେଶ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତିତ କରିଛି ।

 ଗୋଟିଏ ପଟେ ସାରାବିଶ୍ୱରେ ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ମହାମାରୀର ରୂପ ନେଇସାରିଛି । ଲଗାତର ବିଶ୍ୱର ଚାପ ସତ୍ତ୍ୱେ ଚୀନ୍‌ କରୋନା ଭାଇରସ ନେଇ ସଠିକ୍‌ ତଥ୍ୟ ଲୁଛାଉଥିବାର ଅଭିଯୋଗ ଆସିଛି । ଏବେ ଭାରତ ସହିତ ସୀମା ବିବାଦ ଆରମ୍ଭ କରିଦେଇଛି ବେଜିଂ । ସୋମବାର ବିଳମ୍ବିତ ରାତିରେ ଲଦାଖର ଗଲଓ୍ୱାନ୍‌ ଘାଟିରେ ଭାରତ-ଚୀନ୍‌ ସେହା ହାତାହାତି ହୋଇଥିଲେ । ଏହି ଘଟଣାରେ ଭାରତର ୨୦ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୦ରୁ ଅଧିକ ସୈନ୍ୟ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଗଲଓ୍ୱାନ ଘାଟିରେ ମୃତାମହ ହୋଇଛନ୍ତି , ସେନେଇ ଚୀନ୍‌ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ ଏତ ବଡ ଘଟଣା ପରେ ମଧ୍ୟ ଚୀନ୍‌ ନିଜର ଦାଦାଗିରି କମ୍‌ କରିବାକୁ ନାଁ ନେଉନାହିଁ । ବାରମ୍ବାର ନିଜ ଦେଶର ଗଣମାଧ୍ୟମରେ ଭାରତ ବିରୋଧୀ କଥା ଲେଖୁଛନ୍ତି । ଚୀନ୍‌ ଗଣମାଧ୍ୟମ ଅନୁଯାୟୀ ଭାରତ କୁଆଡେ ଚୀନ୍‌ ସୀମାରେ ଅନୁପ୍ରବେଶ କରିଛି । କିନ୍ତୁ ବାସ୍ତବିକ ଠାରୁ  ସବୁବେଳେ ଭିନ୍ନ କଥା କହୁଛି ଚୀନ୍‌ ।

ସୋମବାରା ଦିନ ଘଟଣା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବଢିଯାଇଛି । କଥାବାର୍ତ୍ତା ଜରିଆରେ ମାମଲା ସମାଧାନ କରିବାକୁ ଚୀନ୍‌ କହୁଛି ବୋଲି ସୂଚନା ରହିଛି । କିନ୍ତୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଏଥିରୁ ଜଣାପଡୁଛି ଯେ, ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଠିକ୍‌ ନାହିଁ । ଆଗକୁ ପରିସ୍ଥିତ ଯେ ଯୁଦ୍ଧ ଆଡକୁ ମୁହାଁଛନ୍ତି । ତେବେ ଯଦି ଏଠାରେ ଯୁଦ୍ଧ ହୁଏ ତେବେ କେଉଁ ଦେଶର ପଲ୍ଲା ଭାରି ରହିବ । ଚୀନ୍‌ ରହିବ ନା ଭାରତର ରହିବ ।

ଆମେରିକାର ଜଣାଶୁଣା ଓ୍ୱେବସାଇଟ୍‌ ସିଏନ୍‌ଏନ୍‌ ନିଜର ରିପୋର୍ଟରେ କହିଛି ଯେ, ଯଦି ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ହୁଏ । ତେବେ ଭାରତର ପଲ୍ଲା ଭାରୀ ରହିବ ।ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ୧୯୬୨ରୁ ନେଇ ଆଜିକା ସମୟ ମଧ୍ୟରେ ସମୟ ବହୁତ ବଦଳି ଯାଇଛି । ସେତେବେଳେ ଭାରତ ପାଖରେ ଥିବା ଶକ୍ତି ଆଉ ଏବେକାର ଶକ୍ତି ମଧ୍ୟରେ ଆକାଶ ପାତାଳ ଫରକ । ୧୯୬୨ ଅପେକ୍ଷା ଭାରତ ଏବେ ନିଜର ଶକ୍ତିକୁ ବଢାଇସାରିଛି । ତେବେ ଆସନ୍ତୁ ଜାଣନ୍ତୁ ଦୁଇ ଦେଶର ସୈନ୍ୟ କ୍ଷମତା କେତେ ରହିଛି ।

ଯୁଦ୍ଧରେ ପରମାଣୁ କ୍ଷମତା-

ଦୁଇ ଦେଶ ମଧ୍ୟରୁ କେହି ବି ହେଲେ ଚାହିଁବେ ନାହିଁ ପରମାଣୁ ଯୁଦ୍ଧ ପାଇଁ , ଏହାଦ୍ୱାର ଉଭୟ ପକ୍ଷର କ୍ଷତି ବୋଲି ଜାଣିଛନ୍ତି । ଉଭୟ ଭାରତ-ଚୀନ୍‌ ପାଖରେ ଯଥେଷ୍ଟ ପରିମାଣର ପରମାଣୁ ଶକ୍ତି ରହିଛି । ୧୯୬୪ମସିହାରେ ଚୀନ୍‌ ପରମାଣୁ  ଶକ୍ତି ସମ୍ପର୍ଣ୍ଣ ଦେଶ ହୋଇଥିବା ବେଳେ ଭାରତକୁ ଏଥିପାଇଁ ୧୦ବର୍ଷ ଲାଗିଥିଲା । ୧୯୭୪ମସିହାରେ ଭାରତ ପରମାଣୁ ଶକ୍ତି ସମ୍ପର୍ଣ୍ଣ ଦେଶ ହୋଇଥିଲା । ଗତ ସପ୍ତାହରେ SIRPI ରିପୋର୍ଟ ଆସିଥିଲା । ଏହି ରିପୋର୍ଟରେ ଭାରତ ଗତବର୍ଷ ୧୦ଟି ନୂଆ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିସାରିଛି । ତେବେ ଚିନ୍‌ ପାଖରେ ମୋଟ ୩୨୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ବେଳେ ଭାରତ ପାଖରେ ୧୫୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ।

ଯୁଦ୍ଧରେ ଏୟାରଫୋର୍ସର ଶକ୍ତି-

ଯଦି ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ହୁଏ । ତେବେ ଯୁଦ୍ଧରେ ଏୟାରଫୋର୍ସ/ବାୟୁସେନା ଭୂମିକା ଅତ୍ୟନ୍ତ ଜରୁରୀ ରହିଛି । ଉଭୟ ଦେଶଙ୍କ ନିକଟରେ ବାୟୁସେନାରେ ଢେର୍‌ ଶକ୍ତି ରହିଛି । ତେବେ ଚୀନ୍‌ ପାଖରେ ମୋଟ ଆକାଶରେ ଯୁଦ୍ଧ କରିବା ଭଳି ଫାଇଟ୍‌ର ଜେଟ୍‌ ୨୭୦ଟି ରହିଥିବା ବେଳେ ଭାରତ ନିକଟରେ ଭୂମିରେ ଯୁଦ୍ଧ ଲଢେଇ ପାଇଁ ୬୮ଟି ଏୟାରକ୍ରାଫ୍ଟ ରହିଛି ।

ଗତବର୍ଷ ଏକ ଷ୍ଟଡି ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ୍‌ ସୀମାରେ ଭାରତ ନିଜର ଶକ୍ତି ଢେର୍‌ ବଢାଇଛି । ଏମିତିକି ସୀମାରେ ଅନେକ ଏୟାରବେସ୍‌ ନିର୍ମାଣ କରିଛି ଭାରତ । ଚୀନ୍‌ ନିକଟରେ ୧୫୭ ଫାଇଟର ଜେଟ୍‌ ରହିଛି । କିନ୍ତୁ ଭୂମିରେ ଯୁଦ୍ଧ କରିବାରେ ଭାରତର ଏୟାରକ୍ରାଫ୍ଟ ତୁଳନାରେ ଏହା କମ୍‌ ରହିଛି। ଚୀନ୍‌ର ଆର୍ମୀ (PLA)ର ସୀମା ନିକଟରେ ଏୟାରଫୋର୍ସ ୮ଟି ଏୟାରବେସ୍‌ ରହିଛି । କିନ୍ତ ଏହି ସବୁ ଏୟାରବେସ୍‌ ମଧ୍ୟରୁ ଅଧିକାଂଶ ବେସାମରିକ ଏୟାରବେସ୍‌ । ଯଦି ଚୀନ୍‌ ଆକ୍ରମଣ କରେ ତେବେ ତାକୁ ଅଧିକ କ୍ଷତି ସହିବାକୁ ପଡିବ ।  ସେହିପରି ତିବ୍ଦତ ଓ ଜିଗୟାଙ୍ଗରେ ଥିବା ଚୀନ୍‌ ଏୟାରବେସ୍‌ ବହୁତ ଉପରେ ଅବସ୍ଥିତ । ଯଦି ଖରାବ ପାଗ ଦିଏ ତେବେ ଏୟାରକ୍ରାଫ୍ଟ ଅସ୍ତ୍ରଶସ୍ତ୍ର ଓ ଇନ୍ଧନ ବହନ କରି ଉଡାଣ ଭରିବେରା ଅନେକ ଅସୁବିଧା ହେବ । ବେଲ୍‌ଫେର ଷ୍ଟଡି ଅନୁଯାୟୀ, ଭାରତର ମିରାଜ ୨୦୦୦ ଓ Su-30 ବିମାନ କୌଣସି ବି ପରିସ୍ଥିତିରେ ଉଡାଣ ଭରିପାରିବେ । କିନ୍ତୁ ଚୀନ୍‌ର ଯୁଦ୍ଧ ବିମାନ J-10 ନିକଟରେ ଏତେ ଶକ୍ତି ନାହିଁ ଯେ, ସେ ଖରାପ ପାଗରେ ବି ଉଡାଣ ଭରିପାରିବ ।


ଯୁଦ୍ଧରେ ସ୍ଥିତିରେ ସ୍ଥଳସେନାର ଭୂମିକା-

ଭାରତର ସ୍ଥଳସେନା ଦୁନିଆରେ ସବୁଠାରୁ ଶକ୍ତିଶାଳୀ ବୋଲି ମନେ କରାଯାଉଛି । କାହିଁକି କାଶ୍ମୀର ଭଳି ଦୁର୍ଗମ ଅଞ୍ଚଳରେ ଯୁଦ୍ଧ କରିବାରେ ଅଭ୍ୟାସ କେବଳ ଭାରତ ପାଖରେ ରହିଛି । ବିଶ୍ୱର ଅନ୍ୟକୌଣସି ଦେଶ ପାଖରେ ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବାରେ ଭାରତ ଭଳି ଅଭିଜ୍ଞତା ନାହିଁ । ଚୀନ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ଯୁଦ୍ଧ କ୍ଷେତ୍ରରେ ଲଢେଇ କରିବାର ଅଭିକ୍ଷତା ନାହିଁ । ଚୀନ୍‌ ନିଜର ଶେଷ ଲଢେଇ ୧୯୭୯ରେ ଭିଏତନାମା ବିରୋଧରେ ଲଢିଥିଲା । ଏହି ଲଢେଇରେ ଚୀନ୍‌ର ପରାସ୍ତ ହୋଇଥିଲା ବୋଲି କୁହାଯାଉଛି ।  ତିବ୍ଦତ ଓ LAC ଅଞ୍ଚଳରେ ଭାରତର ମୋଟ ୨୨୫,୦୦୦ ସୈନ୍ୟ ମୁତୟନ ରହିଛନ୍ତି । କିନ୍ତୁ ଚୀନ୍‌ ପାଖରେ ୨୦୦,୦୦୦ ରୁ ୨୩୦,୦୦୦ସୈନିକ ମୁତୟନ ରହିଛନ୍ତି । ଭାରତ ଏହି ସବୁ ସ୍ଥାନରେ କେବେବି ନିଜର ଶକ୍ତି ବଢାଇପାରିବ । କିନ୍ତୁ ଚୀନ୍‌କୁ ଏହି ଅଞ୍ଚଳରେ ସୈନ୍ୟ ମୁତୟନ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଭାରତ ତିବ୍ଦତ ନିକଟରେ ଥିବା ଚୀନ୍‌ରେ ରେଳ ଲାଇନ୍‌କୁ ଆକ୍ରମଣ ଯଦି କରିଦିଏ , ତେବେ ଚୀନ୍‌ର ସାମରିକ ଶକ୍ତି ଏକପ୍ରକାର ଯୋଗାଯୋଗର ରାସ୍ତା ବନ୍ଦ ହୋଇଯିବ ।

   Related Posts