ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପରେ ଏବେ ପାରାସିଟାମଲ ରପ୍ତାନୀ କରିବ ଭାରତ, ବ୍ରିଟେନ ସମେତ ଅନେକ ଦେଶକୁ ଯୋଗାଇବ ଏହି ଔଷଧ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ, ୧୦|୦୪:  ଭାରତ କେବଳ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନୁହେଁ ପାରାସିଟାମଲ ପାଇଁ ମଧ୍ୟ ରପ୍ତାନୀ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହି ଦୁଇ ଔଷଧ କୋଭିଡ-୧୯ ଚିକିତ୍ସାରେ ବହୁଳମାତ୍ରାରେ ବିଶ୍ୱବ୍ୟାପୀ ବ୍ୟବହାର କରାଯାଉଛି ।

ପ୍ରତି ମାସରେ ଭାରତ ୫୬୦୦ ଟନ୍ ମାଟ୍ରିକ୍ ଟନ୍ ପାରାସିଟାମଲ ଉତ୍ପାଦନ କରିଥାଏ । ଏହାର ଘରୋଇ ଆବଶ୍ୟକତା ହେଉଛି ମାତ୍ର ୨୦୦ ମାଟ୍ରିକ୍ ଟନ୍ । ବଳୁଥିବା ପରିମାଣକୁ ଇଟାଲୀ, ଜର୍ମାନୀ, ୟୁକେ, ୟୁଏସ, ସ୍ପେନ ଓ କାନାଡା ଭଳି ଦେଶକୁ ରପ୍ତାନୀ କରାଯାଏ । ଫଳରେ ଦେଶକୁ ୭୩୦ କୋଟି ଟଙ୍କା ଲାଭ ମିଳିଥାଏ। ନରେନ୍ଦ୍ର ମୋଦୀ ସରକାର ଗୁରୁବାର ବିଶ୍ୱ ସହଯୋଗ ନୀତିରେ ଅନ୍ୟ ଦେଶକୁ ପାରସିଟାମଲ ରପ୍ତାନୀ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ବ୍ରିଟେନ ଉଚ୍ଚାୟୁକ୍ତ ଥମ୍ପସନ୍ ମୋଦୀଙ୍କୁ ଟ୍ୱିଟରରେ ଧନ୍ୟବାଦ ଜଣାଇଛନ୍ତି । ଦକ୍ଷିଣ କୋରିଆ, ଆମେରିକା ଓ କାନାଡା ମଧ୍ୟ ପାରାସିଟାମଲ ରପ୍ତାନୀ ପାଇଁ ଭାରତରୁ ଅନୁରୋଧ କରିଛନ୍ତି ।

{"id":251781,"width":752,"height":421,"sizeSlug":"large"}

ପାରାସିଟାମଲକୁ ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି । ଭାରତରେ ହାଇଦ୍ରାବାଦ ସ୍ଥିତ ଶ୍ରୀକୃଷ୍ଣ ଫାର୍ମାସିଟ୍ୟୁକାଲ, ଗ୍ରେନୁଲ୍ସ ଉଣ୍ଡିଆ ଓ ଅହମ୍ମଦାବାର ଅନେକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥାନ୍ତି ।

ପୁର୍ବରୁ ଏପ୍ରିଲ ୭ ତାରିଖରେ ଭାରତ କରୋନା ପାଇଁ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ଦେଶକୁ ପାରାସିଟାମଲ ରପ୍ତାନୀ ପାଇଁ ଅନୁମତି ଦେଇଥିଲା । ଏହାପୂର୍ବରୁ ଭାରତ ଫେବ୍ରୁଆରୀରେ ଏହି ଔଷଧର ରପ୍ତାନୀ ଉପରେ କଟକଣା ଲଗାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.