ଭାରତରେ ୨୦୩୦ ସୁଦ୍ଧା ଅନ୍ତ ହେବ ଲିଙ୍ଗଗତ ଭେଦଭାବ : କମିଛି ଶିଶୁ ମୃତ୍ୟୁହାର

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ ୨/୨: ବେଜିଙ୍ଗରେ ମହିଳା ବିଶ୍ବ ସମ୍ମିଳନୀର ୨୫ତମ ବାର୍ଷିକୀ ଅବସରରେ ଭାରତର ପ୍ରତିବଦ୍ଧତାକୁ ନେଇ ରାଷ୍ଟ୍ରୀୟ ମହିଳା ଆୟୋଗ ସଂଯୁକ୍ତ ରାଷ୍ଟ୍ରର ମହିଳା ପ୍ରତିନିଧିଙ୍କ ସହ ରାଷ୍ଟ୍ର ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ଭାରତରେ ଗତ ୨୫ବର୍ଷ ମଧ୍ୟରେ ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତା ପାଇଁ କରାଯାଇଥିବା କାମ ଏବଂ ଭୁଲ୍ ଉପରେ ଚର୍ଚ୍ଚା କରାଯାଇଥିଲା।

ସମ୍ମିଳନୀରେ ସ୍ଥିର ହୋଇଥିଲା ଯେ ଭାରତ ୨୦୩୦ ସୁଦ୍ଧା ଲିଙ୍ଗଗତ ଭେଦଭାବକୁ ଅନ୍ତ କରିବ ଏବଂ ଏଥିପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହେବ। ମହିଳାଙ୍କୁ ସେମାନଙ୍କ ଅଧିକାର ପ୍ରତି ଜାଗରୂକ କରାଇବା ପାଇଁ ଏକ ମେକାନିଜମ୍ ମଧ୍ୟ ପ୍ରସ୍ତୁତ କରାଯିବ।

 ଏହି ସମ୍ମିଳନୀରେ ୧୦୦ରୁ ଅଧିକ ସରକାରୀ ବିଭାଗ,ସାମାଜିକ ସଙ୍ଗଠନ,ଶିକ୍ଷା ଏବଂ ମିଡିଆ ସହ ଜଡ଼ିତ ବିଶେଷଜ୍ଞମାନେ ନିଜର ମତାମତ ରଖିଥିଲେ। ସମ୍ମିଳନୀ ସମୟରେ ଭାରତ ୧୨ଟି ସୂତ୍ର ଥିବା ଏଜେଣ୍ଡା ଉପରେ ଚର୍ଚ୍ଚା କରିଥିଲା। ଏଥିରେ କୁହାଯାଇଥିଲା ଯେ ଦେଶରେ ମହିଳା ସଶକ୍ତିକରଣକୁ ନେଇ ଧୀରେ ଧୀରେ ସଚେତନତା ବିକଶିତ ହେଉଛି।

ମହିଳାଙ୍କୁ ଜନମଙ୍ଗଳକାରୀ ଯୋଜନାର ଲାଭ ମିଳୁଛି। ଶିଶୁ ମୃତ୍ୟୁହାର କମିବାକୁ ଲାଗିଛି। ଘର ବଦଳରେ ହସ୍ପିଟାଲରେ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟା ୭୮.୯ପ୍ରତିଶତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.