ଏବେ LOC ଦେଇ ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ହେବନି ସହଜ, ସୀମା ଜଗିବ ଅତ୍ୟାଧୁନିକ Smash-2000+

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨: ଚୀନ୍‌ ଓ ପାକିସ୍ତାନ ସହ ବଦଳୁଥିବା ସମ୍ପର୍କକୁ ନେଇ ଭାରତ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୀମା ସୁରକ୍ଷା ଲାଗି ଭାରତ ଇସ୍ରାଏଲରୁ ସ୍ୱଳ୍ପ ସଂଖ୍ୟରେ ସ୍ମାସ ୨୦୦ପ୍ଲସ୍‌  ଅର୍ଡର ଦେଇଛି। ଆଗାମୀ ବର୍ଷ ବେଳକୁ ଭାରତ ଏହି ଅତ୍ୟଧୁନିକ ଟାର୍ଗେଟ୍‌ ଫାଇଣ୍ଡର ପାଇଯିବ। ଯାହାକୁ ସୈନିକଙ୍କ ରାଇଫଲରେ ବି ଲଗାଯାଇପାରିବ। ଏହା ଏକ ଅତ୍ୟାଧୁନିକ ଡିଭାଇସ୍‌ ଯାହା ୧୨୦ ମିଟର ପୂର୍ବରୁ ଶତ୍ରୁପକ୍ଷର ଡ୍ରୋନ ହେଉ ଅଥବା ଅନୁପ୍ରବେଶକାରୀଙ୍କୁ ଅଟକାଇଦେଇପାରିବ।

{"id":375120,"width":580,"height":387,"sizeSlug":"large","linkDestination":"none"}

ସ୍ମାସ ୱିପନ ସିଷ୍ଟମ ଏପରି ଏକ ଅତ୍ୟାଧୁନିକ ସୁରକ୍ଷା ଉପକରଣ ଯାହା ନିଜକୁ ନିଜେ ଟାର୍ଗେଟ୍‌ କୁ ଲକ୍ କରିବା ସହ ନଷ୍ଟ କରିପାରିବ। ଏଣୁ ସୀମାରେ ସ୍ମାସ୍‌ ମୁତୟନ ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବାଧିତ କରିବା ସହ ସୀମା ସେପଟରୁ ଉଡୁଥିବା ଡ୍ରୋନ ପଙକ୍ତିକୁ ମଧ୍ୟ ଖସାଇଦେଇପାରିବ। କେବଳ ଏତିକି ନୁହେଁ ଶତ୍ରୁଦେଶଙ୍କ ଡ୍ରୋନ ଆକ୍ରମଣର ପୂର୍ବ ସୂଚନା ସ୍ମାସ୍ ଦ୍ୱାରା ସଂଗ୍ରହ କରି ପଣ୍ଡ କରିହେବ।

{"id":375122,"sizeSlug":"large","linkDestination":"none"}

ଗୋଟିଏ ସ୍ମାସ୍‌ ସିଷ୍ଟମ ଲାଗି ଅନୁନ୍ୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ପଡୁଥିବା ବେଳେ ଦ୍ରୁତବେଗରେ ଉଡୁଥିବା, ଦୌଡୁଥିବା ଯାନ, ଡ୍ରୋନ ଅଥବା ଲୋକଙ୍କୁ ଟାର୍ଗେଟ୍‌ ଲକ୍‌ କରି ସେହିଠାରେ ନଷ୍ଟ କରିହେବ। ଆଜିକାଲି ସୀମାରେ ସେନା ଲାଗି ଛୋଟ ଓ ବଡ ଡ୍ରୋନ ନୂଆ ବିପଦ ଭାବେ ଉଭା ହୋଇଛନ୍ତି। ଏକକାଳୀନ ପଠାଯାଉଥିବା ଡ୍ରୋନ ଦଳ ଶତୃପକ୍ଷର ଏୟାର ଡିଫେନ୍ସକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ସମର୍ଥ। ଏଣୁ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥା ଆଧୁନିକରଣ କରୁଥିବା ବେଳେ ଏଥିରେ ଦେଶକୁ ପ୍ରଥମ ଥର ସ୍ମାସ୍‌ ସିଷ୍ଟମ ମଗାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.