Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଇଂଲଣ୍ଡକୁ ୫-୦ରେ ହରାଇ ଟେଷ୍ଟ ସିରିଜ୍ କ୍ଲିନ ସୁଇପ୍ କରିବ ଟିମ୍ ଇଣ୍ଡିଆ, ଇଂଲଣ୍ଡର ପୂର୍ବତନ ବୋଲରଙ୍କ ଭବିଷ୍ୟବାଣୀ

22/05/2021 at 4:01 PM

ନୂଆଦିଲ୍ଲୀ ୨୨ ।୦୫: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍‌ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏନେଇ ଉଭୟ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଫାଇନାଲ ମୁକାବିଲା ପରେ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ବହୁପ୍ରତୀକ୍ଷିତ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ । ଦୁଇ ଦଳ ମଧ୍ୟରେ ସିରିଜ୍ ପୂର୍ବରୁ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ବଡ ଭବିଷ୍ୟତବାଣୀ କରିଛନ୍ତି। ସେ କହିଛନ୍ତି, ଭାରତ ଏହି ସିରିଜକୁ ୫-୦ରେ ଜିତିବ । ତିନି ମାସରୁ ଅଧିକ ଏହି ଲମ୍ବା ଗସ୍ତ ପାଇଁ ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ।

ଇଣ୍ଡିଆ ଟିଭି ସହ ସ୍ଵତନ୍ତ୍ର ଆଲୋଚନା ସମୟରେ ଭାରତୀୟ ବଂଶୋଦ୍ଭବ ମଣ୍ଟି ପାନେସର କହିଛନ୍ତି, ଭାରତୀୟ ଦଳ ସଠିକ୍ ସମୟରେ ଇଂଲଣ୍ଡ ଗସ୍ତ କରୁଛି । ସାଧାରଣତଃ ଅଗଷ୍ଟ ମାସରେ ଇଂଲଣ୍ଡରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥାଏ। ଏମିତି ଗରମ ପରିବେଶରେ ସ୍ପିନର ଭୂମିକା ବଢିଯାଏ ଥାଏ। ତେଣୁ ଦୁଇ ଜଣ ସ୍ପିନରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ। ବର୍ତ୍ତମାନର ଭାରତୀୟ ଦଳରେ ଇଂଲଣ୍ଡକୁ ୫-୦ରେ ହରାଇବାର ସାମର୍ଥ୍ୟ ରହିଛି । ଯଦି ଭାରତୀୟ ଦଳ ଇଂଲଣ୍ଡକୁ ଟେଷ୍ଟ ଶୃଙ୍ଖଳାରେ କ୍ଲିନ ସୁଇପ୍ କରେ ତେବେ ବିଦେଶରେ ଦଳର ସବୁଠୁ ଏହା ବଡ ବିଜୟ ହେବ ।

ପାନେସରଙ୍କ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ନ୍ୟୁଜିଲାଣ୍ଡ ବିଜୟୀ ହେବା ନେଇ ଭବିଷ୍ୟତବାଣୀ କରି ସାରିଛନ୍ତି । ଭନ କହିଛନ୍ତି ଯେ, ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିବ । ଦଳ ପାଖରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଅଧିକ ଅନୁଭବ ଖେଳାଳି ଅଛନ୍ତି । ଭନ ସଂପ୍ରତି ନ୍ୟୁଜିଲାଣ୍ଡର ଦଳକୁ ଇତିହାସର ସବୁଠୁ ଶ୍ରେଷ୍ଠ ଟେଷ୍ଟ ଦଳ ଦର୍ଶାଇଛନ୍ତି ।

ଭାରତୀୟ ଗସ୍ତ ପାଇଁ

ଭାରତୀୟ ଦଳ : ରୋହିତ ଶର୍ମା, ଶୁବମାନ ଗିଲ, ମୟଙ୍କ ଅଗ୍ରଓ୍ବାଲ, ​ ଚେତେଶ୍ବର ପୁଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ ( ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ ( ଓ୍ବିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ମହମ୍ମଦ ସିରାଜ, ସାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା(ଓ୍ବିକେଟ୍‌ କିପର) ।

   Related Posts