Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଗୋଟି ଗୋଟି କରି ଚାଇନିଜ୍ ସାମାନ ଉପରେ ଲାଗିବ ବ୍ୟାନ୍, ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

20/06/2020 at 8:03 PM

ନୂଆଦିଲ୍ଲୀ ୨୦।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଦେଶରେ ଚୀନ କମ୍ପାନୀ ଓ ଚାଇନିଜ୍‌ ସାମାନର ବହିଷ୍କାର ଅଭିଯାନ ଜୋର ଧରିଛି। ସରକାର ନିଷ୍ପତ୍ତି ନେଇ ସାରିଛନ୍ତି ଯେ, ଭାରତ ଚୀନ ଉପରେ ନିର୍ଭରତା କମ କରିବ ଏବଂ ଆତ୍ମ ନିର୍ଭର ଭାରତକୁ ଆହୁରି ଜୋରଦାର କରିବ। ଏଥିପାଇଁ କେନ୍ଦ୍ର ସରକାର ଶିଳ୍ପଜଗତକୁ ସେହି ସାମାନ ଓ ବସ୍ତୁର ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି, ଯେଉଁ ସାମାନ ଚୀନରୁ ଆମଦାନୀ ହେଉଛି।

ଅଣ ଅତ୍ୟାବଶ୍ୟକ ସାମାନର ତାଲିକା ପ୍ରସ୍ତୁତ ହେବ

ଶିଳ୍ପଜଗତରୁ ବିସ୍ତୃତ ରିପୋର୍ଟ ମିଳିବା ପରେ ସରକାର ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଚିହ୍ନଟ କରିବେ ଯାହାକୁ ଚୀନଠୁ ଆମଦାନୀ କରିବା ପରିବର୍ତ୍ତେ ସ୍ଥାନୀୟ ସ୍ତରରେ ପ୍ରସ୍ତୁତ କରାଯାଇ ପାରିବ। ଉଦ୍ୟୋଗ ନିଜ ତାଲିକାରେ ସେହି ସାମଗ୍ରୀକୁ  ବିଶେଷ କରି ଚିହ୍ନଟ କରିବେ, ଯାହାର ଆମଦାନୀ ଏବେ ବନ୍ଦ କରିବା ସମ୍ଭବ ନୁହେଁ।

DPIIT ଶିଳ୍ପ ସହ କଲେ ଯୋଗାଯୋଗ

ETର ଖବର ଅନୁଯାୟୀ DPIIT (Department for Promotion of Industry and Internal Trade) ରଣନୀତି ଆଧାରରେ ଟ୍ରେଡ୍ ଆସୋସିଏସନ ସହ ଯୋଗାଯୋଗ କରି ଚୀନଠୁ ଆମଦାନୀ ହେଉଥିବା ଅଣ ଅତ୍ୟାବଶ୍ୟକ ସାମଗ୍ରୀର ତାଲିକା ମାଗିଛନ୍ତି। ଭାରତ ଚୀନରୁ ଅଟୋ ମୋବାଇଲ, ଫାର୍ମାସ୍ୟୁଟିକଲ୍ସ, ଖେଳନା, ପ୍ଲାଷ୍ଟିକ୍, ଫର୍ଣ୍ଣିଚର ପରି ସାମାନ ବିପୁଳ ପରିମାଣରେ ଆମଦାନୀ କରିଥାଏ।

ଚୀନ ସାମଗ୍ରୀ ବହିଷ୍କାର ସବୁ ଆଡେ ଦାବି

ଗଲଓ୍ଵାନ ଘାଟିରେ ଜୁନ ୧୫ ତାରିଖ ରାତିରେ ଘଟିଥିବା ଘଟଣାରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ସରକାର ଚୀନ ସାମଗ୍ରୀ ବହିଷ୍କାର ଦିଗରେ ଅଗ୍ରସର ହେବାକୁ ଅଣ୍ଟା ଭିଡିଛନ୍ତି। ଚୀନ ଉପରୁ ନିର୍ଭରତା କମ କରିବା ଉପରେ ଜୋର୍ ଦେଇଛନ୍ତି। ଏହି ସ୍ଵର ଏବେ ପୂରା ଦେଶରେ, ଶିଳ୍ପଜଗତରେ ଏବଂ ବ୍ୟବସାୟୀ ସଂଗଠନରେ ଜୋର ଧରିଛି।

ତିନୋଟି ଟାଇମ୍‌ଲାଇନ୍ ଉପରେ କାମ କରିବେ ସରକାର

ଚୀନ ଉପରେ ନିର୍ଭରତା କମ କରିବା ପାଇଁ ସରକାର ତିନି ଟାଇମଲାଇନ୍‌ ରଣନୀତି ଉପରେ କାମ କରୁଛନ୍ତି। ତାହା ହେଉଛି ସ୍ଵଳକାଳୀନ, ମଧ୍ୟମକାଳୀନ ଓ ଦୀର୍ଘକାଳୀନ। ଇଣ୍ଡଷ୍ଟ୍ରୀ ଯେଉଁ ତାଲିକା ପ୍ରସ୍ତୁତ କରିବ ସେହି ଅନୁଯାୟୀ ସ୍ଥିର କରାଯିବ ଯେ, ସ୍ଵଳ୍ପକାଳୀନ  ବା ସଟ୍ ଟର୍ମରେ କଣ ପଦକ୍ଷେପ ନିଆଯିବ। ଏହା ସହିତ ମଧ୍ୟମକାଳୀନ ଓ ଦୀର୍ଘକାଳୀନ ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ରଣନୀତି ବଦଳାଇଲେ ସରକାର

ରିପୋର୍ଟ ଅନୁଯାୟୀ, ସରକାର ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଫୋକସ୍‌ ଏବେ ଘରୋଇ ସେକ୍ଟର ଉପରେ ରହିଛି। ଗତ ଦୁଇ ଚାରି ଦିନରେ ଏହି ଖବର ଅଧିକ ଆସୁଥିଲା ଯେ, ସରକାର ଚାଇନିଜ କମ୍ପାନୀକୁ ମିଳିଥିବା କଣ୍ଟ୍ରାକ୍ଟ  ବାତିଲ୍ କରୁଛନ୍ତି। ରେଲଓ୍ଵେ, ଟେଲିକମ, ମେଟ୍ରୋର ଅନେକ ପ୍ରକଳ୍ପ ଯାହାର କଣ୍ଟ୍ରାକ୍ଟ ଚାଇନିଜ୍ କମ୍ପାନୀ ପାଖରେ ଥିଲା।

   Related Posts