ପାକିସ୍ତାନଠୁ ଏହି ଜିନିଷ କିଣିବ ଭାରତ : ଖୁସି ହେଲେ ପାକିସ୍ତାନବାସୀ

Published By : Prameya-News7 Bureau | October 15, 2019 IST

ପାକିସ୍ତାନରେ କରଜ ବୃଦ୍ଧି ପାଇବା ଫଳରେ ପାକିସ୍ତାନ ସରକାର ଏବେ ବାଟବଣା ହୋଇଛି। ଏଠାକାର ଲୋକେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନରେ ଏବେ କ୍ଷୀରର ମୂଲ୍ୟ ଏବଂ ପରିବା ମୂଲ୍ୟ ଭାରତରେ ବିକ୍ରି ହେଉଥିବା ମାଂସର ମୂଲ୍ୟଠୁ ମଧ୍ୟ ଅଧିକ ହୋଇଯାଇଛି। ଫଳରେ ସାଧାରଣ ଜନତା ଦରଦାମ୍ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆପଣ ଜାଣି ଖୁସି ହେବେ ଏବେ ଭାରତ,ପାକିସ୍ତାନଠୁ ଏକ ଏପରି ଜିନିଷ କିଣିବାକୁ ଯାଉଛି ଯାହା ଫଳରେ ଭାରତର ଲୋକଙ୍କ ଆବଶ୍ୟକତା ପୂରଣ ହୋଇଯିବ ଏବଂ ପାକିସ୍ତାନରେ ବୃଦ୍ଧି ପାଉଥିବା କରଜ ମଧ୍ୟ କମିଯିବ। ଏହି କାରଣରୁ ପାକିସ୍ତାନକୁ ମଧ୍ୟ ଲାଭ ମିଳିବ। ତେବେ ଏହା ଏପରି କ’ଣ ଯାହା ପାକିସ୍ତାନ କିଣିଲେ ଭାରତ ଏବଂ ପାକିସ୍ତାନକୁ ଫାଇଦା ମିଳିବ।

ପ୍ରକୃତରେ ଭାରତ ସରକାର ପଡ଼ୋଶୀ ଦେଶ ପାକିସ୍ତାନଠୁ ପିଆଜ କିଣିବ। ୨୦୧୯ ସେପ୍ଟେମ୍ବର ୬ତାରିଖରେ ଭାରତର ସାର୍ବଜନିକ କ୍ଷେତ୍ରର ଟ୍ରେଣ୍ଡିଙ୍ଗ ବଡି ତରଫରୁ ଜାରି ହୋଇଥିବା ଟେଣ୍ଡର ଅନୁସାରେ ସରକାର ୨୦୦୦ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରିବ ଏବଂ ଭାରତ ସରକାରଙ୍କ ଏହି ପଦକ୍ଷେପ ପିଆଜର ଅଭାବକୁ ଦୂର କରିବ ଏବଂ ପିଆଜ ଦରଦାମ ମଧ୍ୟରେ ଘରୋଇ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କାମରେ ଆସିବ।

ଏହି ନିଷ୍ପତ୍ତି ଯୋଗୁଁ ଭାରତର ଆବଶ୍ୟକତା ପୂରଣ ହେବ ଏବଂ ପାକିସ୍ତାନରେ ବଢ଼ୁଥିବା କରଜ ମଧ୍ୟ କମିଯିବ ଯାହା ଦ୍ବାରା ଦୁଇ ଦେଶର ଫାଇଦା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.