ଶତ୍ରୁ ସାବଧାନ: ଆସନ୍ତା ବର୍ଷ ଭାରତ ଆଣୁଛି ୪ଟି ପି-୮ଆଇ, ଆକାଶରେ ଉଡିବ-ସମୁଦ୍ରରେ ବୁଡିବ, ବିଫଳ ହେବନି ଟାର୍ଗେଟ୍

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ, ୨୧|୦୭: ଭାରତର ନୌସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ଭାରତ ମହାସଗରରେ ନୌସେନାର ଶକ୍ତି ବୃଦ୍ଧି କରିବାକୁ ଆମେରିକାଠୁ ପି-୮ଆଇ ମଲ୍ଟିମିଶନ୍ ବିମାନ କିଣାଯିବ । ଆସନ୍ତାବର୍ଷ ଶେଷ ସୁଦ୍ଧା ଏହା ଭରତକୁ ଆସିବ ବୋଲି କୁହାଯାଉଚି ।

ପି-୮ଏ ପୋସେଇଡନ୍ ଓ ପି-୮ଆଇକୁ ସମୁଦ୍ର ପୃଷ୍ଠରେ ମୁତୟନ କରାଯିବ । ଏହା ହାର୍ପନ୍ ବ୍ଲକ୍ ୨ ଓ ହାଲୁକା ଯୁଦ୍ଧ ବିମାନକୁ ମଧ୍ୟ ନେବାଆଣିବା କରିପାରିବ ।ଏହା ଆପେଆପେ ଏକ ବୁଡାଜାହାଜରେ ମଧ୍ୟ ବଦଳିପାରେ । ଏହା ଆଣ୍ଟି ସିପ୍ ମିସାଇଲ୍ ମଧ୍ୟ ଲଞ୍ଚ୍ କରିପାରିବ ।

ଏହି ବିମାନକୁ ଦୂରରେ ଥିବା ବୁଡାଜାହାଜ, ଗୁଇନ୍ଦାଗିରି ଆଦିରେ ବ୍ୟବହାର ପାଇଁ ତିଆରି କରାଯାଇଛି । ଏହାବ୍ୟତୀତ ଏହାର ଅନେକ ଉପଯୋଗ ରହିଛି । ନିକଟରେ ଭାରତୀୟ ସେନା ଚୀନ ସହ ଉପୁଜିଥିବା ବିବାଦ ପରେ ସୀମାରେ ନଜର ରଖିବା ପାଇଁ ଏହି ବିମାନ ଉପରେ ଭରସା କରିଥିଲା । ୨୦୧୭ ଡୋକଲାମ ବିବାଦ ପରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା ।

ଏହି ବିମାନର ଲକ୍ଷ୍ୟଭେଦୀ କ୍ଷମତା ହେଉଛି ୨୨୦୦ କିମି । ଏହା ଘଣ୍ଟା ପ୍ରତି ୭୮୯ କିମି ବେଦରେ ଉଡାଣ କରିଥାଏ । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ୪ଟି ପି-୮ ବିମାନ କ୍ରୟ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ପରେ ଆଉ ୬ଟି କ୍ରୟ କରିବା ନେଇ ଆଲୋଚନା ହେବ । କେବଳ ସରକାର ଏହାକୁ ମଞ୍ଜୁରୀ ଦେବା ବାକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.