Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଆକାଶରେ ଡ୍ରାଗନକୁ ଚେକ୍ ଦେବ ଭାରତ: ବାୟୁସେନା କିଣିବ ୧୨ ସୁଖୋଇ ଓ ୨୧ ମିଗ୍-୨୯ ଲଢୁଆ ବିମାନ

18/06/2020 at 8:53 PM

ନୂଆଦିଲ୍ଲୀ, ୧୮|୦୬:   ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଉତ୍ତେଜନା ହ୍ରାସ ପାଇବାର ନାଁ ନେଉନାହିଁ । ଏହା ମଧ୍ୟରେ ଭାରତୀୟ ବାୟୁସେନା ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା କେନ୍ଦ୍ର ସରକାରଙ୍କୁ ୧୨ ସୁଖୋଇ, ୨୧ ମିଗ୍ ୨୯ ବିମାନକୁ ଅତିଶୀଘ୍ର କ୍ରୟ କରିବା ପାଇଁ ପ୍ରସ୍ତାବ ପଠାଇଛି ।

ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରାଳୟକୁ ପଠାଇ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ୫ ହଜାର କୋଟିର ଏହି ପ୍ରକଳ୍ପ ଉପରେ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନେବ । ସୂତ୍ରାନୁସାରେ ମିଗ୍ ୨୯ ବିମାନକୁ ଋଷ ମୋଡିଫିକେସନ କରିବ ଓ ଅଧିକ ଉନ୍ନତ କରିବ ।

ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଲଢୁଆ ବିମାନକୁ ଅଧିକ ଉନ୍ନତ କରିବା ପାଇଁ ବାୟୁସେନା ପ୍ରସ୍ତାବ ଦେଇଛି ।  ୨୦୧୬ରେ ୩୬ ରାଫେଲ ବିମାନ ବାବଦରେ ଚୁକ୍ତି ହେବା ପରେ ବାୟୁସେନା ଏବେ ୩୩ ବିମାନ ପାଇଁ କହିଛି । ଏହାସହ ଲଢୁଆ ବିମାନ ସମ୍ଭନ୍ଧିତ ସମସ୍ତ ଉପକରମ କ୍ରୟ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ କୌଣସି ବିମାନ ଖରାପ ହେଲେ ଅତିଶୀଘ୍ର ମରାମତି କରାଯାଇ ପାରିବ ।

ପୂର୍ବରୁ କୁହାଯାଉଥିଲା ଯେ, ଲଢୁଆ ବିମାନ କ୍ରୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ବାୟୁସେନା ପାଖରେ ପୂର୍ବରୁ ମଧ୍ୟ ମିଗ୍-୨୯ ବିମାନ ରହିଛି । ନୂଆ ମିଗ୍ ୨୯ରେ ରାଡାର ସହ ଅନ୍ୟ ଆଧୂନିକ ଟେକନିକ୍ ରହିବ ।

   Related Posts