ଭାରତ ଋଷିଆଠୁ କିଣିବ କୋଭିଡ୍ ଭାକସିନ୍ ସ୍ପୁଟନିକ୍-ଭି, ୧୦ କୋଟି ଡୋଜ୍ ପାଇଁ ହୋଇଛି ରାଜିନାମା

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ,୧୬।୦୯:  ଭାରତ ପାଇଁ ଖୁସି ଖବର । ଋଷିଆଠୁ ଭାରତ ଆଣିବ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି ।

ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ । ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ । ତେବେ ଡିଜିସିଆଇର ଅନୁମୋଦନ ପରେ ହିଁ ପରୀକ୍ଷଣ ଓ ଭାକସିନ୍ ଯୋଗାଣରୁ ମଞ୍ଜୁରୀ ମିଳିବ ।

ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭାକସିନ୍ ଯୋଗାଣ ନେଇ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛି । ଏବେ ଭାରତ ସହ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

କରୋନା ଭାକସିନ୍ ଋଷିଆ ସର୍ବପ୍ରଥମେ ବାହାର କରିଥିବା ଦାବି କରୁଛି । ଏହି ଭାକସିନକୁ ୪୦ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ଅଗଷ୍ଟ ୨୬ରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.