କରୋନା ସଙ୍କଟରେ ପାକିସ୍ତାନକୁ ସାହାଯ୍ୟ କରିବ ଭାରତ, ପଠାଯିବ ୪.୫ କୋଟି ଡୋଜ୍ ଟିକା

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦।୩: କରୋନା ସଙ୍କଟ ସମୟରେ ଅନେକ ଦେଶକୁ ସହାୟତାର ହାତ ବଢାଉଛି ଭାରତ । ଦେଶରେ ପ୍ରସ୍ତୁତ ଟିକା ବିଭିନ୍ନ ଦେଶଗୁଡିକରେ ବିତରଣ କରାଯାଉଛି । ଏହି କ୍ରମରେ ପାକିସ୍ତାନକୁ ସହାୟତାର ହାତ ବଢାଇଛି ଭାରତ । ଖବର ଅନୁଯାୟୀ ପାକିସ୍ତାନ ସରକାର ମଧ୍ୟ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (GAVI) ଆଧାରରେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ ଡୋଜ ଟିକା ଯୋଗାଇଦେବ।

ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ ହେଉଛି ଏକ ଟିକା ସମ୍ବନ୍ଧୀୟ ମିଳିତ ମଞ୍ଚ ଯାହା ସାରା ବିଶ୍ବର ପ୍ରାୟ ଅଧା ପିଲାମାନଙ୍କୁ ଦୁର୍ବଳ ତଥା ବିପଜ୍ଜନକ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ଟୀକାକରଣ କରିଛି।

ମହାମାରୀ ସମୟରେ ଏହି ଗଠବନ୍ଧନ ପାକିସ୍ତାନକୁ ସହଯୋଗ କରିଛି । ଗତ ସେପ୍ଟେମ୍ବର ମାସରେ GAVI ପାକିସ୍ତାନକୁ ଟିକା ଯୋଗାଇବା ପାଇଁ ପାକିସ୍ତାନ ସହିତ ଚୁକ୍ତି କରିଥିଲା।

ପାକିସ୍ତାନ ସଚିବ ଖ୍ବାଜା କହିଛନ୍ତି ଯେ, ଏହି ବର୍ଷ ଜୁନ୍ ସୁଦ୍ଧା ଟିକା ମିଳିଯିବ । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ସଚିବ କହିଥିଲେ ଯେ, ପାକିସ୍ତାନକୁ ମିଳିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା । ଏହା ଏକ ଭାରତୀୟ ନିର୍ମିତ ଟିକା ଯାହା ପାକିସ୍ତାନୀ ନାଗରିକମାନଙ୍କୁ GAVI ଗଠବନ୍ଧନ ଆଧାରରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.