Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

2050 ବେଳକୁ ବୁଢା ହୋଇଯିବ ଭାରତ, ଜାଣନ୍ତୁ କାହିଁକି ?

4/01/2020 at 10:02 PM

ନୂଆଦିଲ୍ଲୀ ୪।୧: ଭାରତରେ ବୟୋଜ୍ୟେଷ୍ଠ ଲୋକଙ୍କୁ ମାନ୍ୟ କରାଯାଏ। ତେବେ ଆମେରିକାର ଏକ ଗବେଷଣା ଅନୁସାରେ ୨୦୫୦ ମସିହା ବେଳକୁ ଭାରତରେ ବୃଦ୍ଧ ଲୋକଙ୍କ ସଂଖ୍ୟା ସର୍ବାଧିକ ଥିବ। ଏଥିଲାଗି ଅନେକ କାରଣ ରହିଛି। ତେବେ ଯେଉଁ କାରଣ ଲାଗି ଭାରତ ଏତେ ଶୀଘ୍ର ବାର୍ଦ୍ଧକ୍ୟ ଆଡକୁ ଅଗ୍ରସର ହେଉଛି ତାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ। ତେବେ ଆସନ୍ତୁ ଜାଣିବା କାହିଁକି ଭାରତ ହେବ ବୁଢାଙ୍କ ଦେଶ।

୨୦୫୦ ମସିହା ଆସିବାକୁ ଏବେ ଆହୁରି ୩୦ ବର୍ଷ ବାକି। ତେବେ ଏହି ସମୟ ମଧ୍ୟରେ ୧୫ ବର୍ଷରୁ କମ୍ ଆୟୁବର୍ଗର ପିଲାଙ୍କ ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ହୋଇଥିବା ବେଳେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟାରେ ୩ ଗୁଣା ବୃଦ୍ଧି ହୋଇଥିବ। ଏହି ସୂଚନା ବିଶ୍ୱସ୍ତରରେ ଜନସଂଖ୍ୟାର ଡାଟା ଉପଲବ୍ଧ କରୁଥିବା ପରିସଂଖ୍ୟାନ ସଂସ୍ଥା ପିଆରବି ପ୍ରଦାନ କରିଛନ୍ତି। ପିଆରବିଙ୍କ ତଥ୍ୟ ଅନୁସାରେ ୨୦୧୮ ମସିହାରେ ଦେଶରେ ଶିଶୁଙ୍କ ବୃଦ୍ଧି ହାର ମାତ୍ର ୨୮ ପ୍ରତିଶତ ରହିଛି।

ଆମେରିକୀୟ ସଂସ୍ଥାଙ୍କ ଅନୁଧ୍ୟାନ ଅନୁସାରେ ୨୦୫୦ ମସିହା ବେଳକୁ ଭାରତରେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟାରେ ଢେର ବୃଦ୍ଧି ହୋଇଥିବ। ଏବେକା ସମୟ ଅନୁସାରେ ସେତେବେଳେ ବାର୍ଦ୍ଧକ୍ୟ ଲୋକଙ୍କୁ ଖୁବ୍ ଶୀଘ୍ର ଗ୍ରାସ କରୁଥିବ। ତେବେ ସେତେବେଳକୁ ଭାରତର ମୋଟ ଜନସଂଖ୍ୟା ୧୭୦ କୋଟିରେ ପହଞ୍ଚିଥିବ। ୨୦୧୭ମସିହାରେ ଭାରତ ସରକାରଙ୍କ ପରିସଂଖ୍ୟାନ ବିଭାଗ ମଧ୍ୟ ଏହିପରି ଏକ ଆକଳନ ଜାରି କରିଥିଲେ। ଯେତେବେଳେ ୬୫ ବରିଷ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ହାର ୬ ପ୍ରତିଶତ ବଢି ୧୩ ପ୍ରତିଶତରେ ପହଞ୍ଚିଯାଇଥିବ ବୋଲି ଆକଳନ କରାଯାଇଥିଲା।

ଏହି ଆକଳନ ଅନୁସାରେ ଗତ ୧୦ ବର୍ଷରେ ଦେଶରେ ବୟୋଜ୍ୟେଷ୍ଟ ନାଗରିକଙ୍କ ସଂଖ୍ୟାରେ ୩୫.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ୨୦୦୧ ମସିହାରେ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଆୟୁବର୍ଗର ଲୋକଙ୍କ ସଂଖ୍ୟା ମାତ୍ର ୬୦ଲକ୍ଷ ଥିଲା। ତେବେ ୨୦୧୧ ମସିହା ବେଳକୁ ବୟସ୍କ ଲୋକଙ୍କ ସଂଖ୍ୟା ୧୦ କୋଟି ୩୦ ଲକ୍ଷ ଟପିଛି।

   Related Posts