ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ହେବ କରୋନା ସଂକ୍ରମଣରେ ବିଶ୍ୱର୧ ନମ୍ବର ଦେଶ : ବିଟସ୍ ପିଲାନୀ

Published By : Prameya-News7 Bureau | September 11, 2020 IST

ହାଇଦ୍ରାବାଦ ୧୧।୯:  ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଦେଶରେ ମୋଟ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ପାର ହୋଇପାରେ। ଯଦି ସଂକ୍ରମଣର ହାର ଏପରି ଜାରି ରହେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ଦୃଷ୍ଟିରୁ ଆମେରିକା ସମେତ ବିଶ୍ୱର ସମସ୍ତ ଦେଶଙ୍କୁ ଭାରତ ପଛରେ ପକାଇଦେଇପାରେ ବୋଲି ହାଇଦ୍ରାବାଦସ୍ଥିତ ବିଟ୍‌ସ ପିଲାନୀର ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

{"id":328175,"sizeSlug":"large"}

ବିଟସ୍‌ ପିଲାନୀ ହାଇଦ୍ରାବାଦର ଆପ୍ଲାଇଡ୍ ମ୍ୟାଥମେଟିକ୍ସ ବିଭାଗର ଡା.ଟି.ଏସ୍.ଏଲ. ରାଧିକାଙ୍କ ଅନୁସାରେ ଗବେଷକ ଦଳଙ୍କ ଅଧ୍ୟାୟନରୁ ଏହା ଜଣାପଡିଛି।  ସେ କହିଛନ୍ତି ଯେ ଏହି ଗବେଷକମାନେ ଅତ୍ୟାଧୁନିକ ପରିସଂଖ୍ୟାନ ମାଧ୍ୟମରେ ଭାରତରେ କୋଭିଡ-୧୯ର ପୂର୍ବାନୁମାନ କରିଛନ୍ତି। ଡା.ରାଧିକା ଏହି ଟିମ୍‌ର ନେତୃତ୍ୱ ମଧ୍ୟ ନେଉଛନ୍ତି। ଏହି ଟିମ୍‌ ତାଙ୍କର ଅଧ୍ୟାୟନର ନିଷ୍କର୍ସକୁ ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଇନଫେକ୍ସିୟସ୍‌ ଡିଜିଜ୍’କୁ ନିକଟରେ ପ୍ରେରଣ କରିଛନ୍ତି।

{"id":328176,"width":577,"height":384,"sizeSlug":"large"}

ଅଧ୍ୟାୟନର ନିଷ୍କର୍ଷ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହ ସୁଧା ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ସାରା ବିଶ୍ୱରେ ସର୍ବାଧିକ ହୋଇପାରେ ଓ ସଂକ୍ରମଣ ମାମଲାରେ ଭାରତ ବିଶ୍ୱର ଏକନମ୍ବର ଦେଶ ହୋଇପାରେ। କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଶୁକ୍ରବାର ସୁଦ୍ଧା ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୪୫ଲକ୍ଷରେ ପହଞ୍ଚିଯାଇଛି।  ଇତିମଧ୍ୟରେ ଆମେରିକାର ଏକ ସ୍ୱାସ୍ଥ୍ୟ ସଂସ୍ଥାନ ଦ୍ୱାରା ଜାରି ତଥ୍ୟାନୁସାରେ ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ଲକ୍ଷ ପାର ହୋଇଯାଇଛି।

{"id":328177,"sizeSlug":"large"}

ଭାରତରେ ଗତ ୨୪ ଘଣ୍ଟାରେ ୯୬ ହଜାର ୫୫୧ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୧ହଜାର ୨୦୯ ଜଣ ପ୍ରାଣ ହରାଇଛନ୍ତି। ନୂଆ ମାମଲା ଆସିବା ପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ଲକ୍ଷ ୬୨ ହଜାର ୪୧୪ରେ ପହଞ୍ଚିଛି। ତେବେ ଦେଶରେ ଏବେ ମୋଟ ୯ଲକ୍ଷ ୪୩ ହଜାର ୪୮୦  ଆକ୍ଟିଭ କେସ୍‌ ରହିଛି। ସାରା ଦେଶରେ ଏପର୍ଯ୍ୟନ୍ତ କୋଭିଡ ସଂକ୍ରମଣ ଯୋଗୁ ମୋଟ ୭୬ ହଜାର ୨୭୧ ଜଣଙ୍କ ମୃତ୍ୟୁ ହେଲାଣି। ତେବେ ୩୫ଲକ୍ଷ ୪୨ ହଜାର ୬୬୩ ଜଣ ସୁସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.