ଚୀନ ଛାଡିବେ ଶତାଧିକ କମ୍ପାନୀ ! ଭାରତ ହେବ ମ୍ୟାନୁଫାକଚରିଂ ହବ୍, ଚାଲିଛି ମାଷ୍ଟର ପ୍ଲାନ

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୦୩।୦୫: କରୋନା ଭାଇରସ୍‌ କାରଣରୁ ଶତାଧିକ ମ୍ୟାନୁଫାକଚରିଂ କମ୍ପାନୀ ଚୀନ ଛାଡି ବିକଳ୍ପ ସ୍ଥାନ ଖୋଜୁଛନ୍ତି। କିଛି ରିପୋର୍ଟ ଅନୁଯାୟୀ ପ୍ରାୟ ୧୦୦୦ କମ୍ପାନୀ ଭାରତରେ ନିଜର ୟୁନିଟ୍ ସ୍ଥାପନ କରିବାକୁ ଇଚ୍ଛୁକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କମ୍ପାନୀ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି। ଭାରତ ମଧ୍ୟ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହିଁ। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ସେହି ସେକ୍ଟରର ଚିହ୍ନଟ କରୁଛି ଯଦ୍ଵାରା ଭାରତକୁ ମ୍ୟାନୁଫାକଚରିଂ ହବ୍ କରାଯାଇ ପାରିବ।

ଏଥିପାଇଁ ପୁଞ୍ଜିଗତ ସାମଗ୍ରୀ, ଚମଡା ଓ ରସାୟନ ପରି କିଛି ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରାଯାଉଛି। ସରକାର ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, ଉଚିତ୍ ସମୟରେ ଏହି କମ୍ପାନୀଗୁଡିକୁ ଆବଶ୍ୟକ ପ୍ରବନ୍ଧନ ନକଲେ ସେମାନେ ଅନ୍ୟ ଦେଶ ମୁହାଁ ହୋଇ ପାରନ୍ତି। ସଂପ୍ରତି ଚୀନ ଛାଡିବାକୁ ଯାଉଥିବା ମ୍ୟାନୁଫାକଚରିଂ କମ୍ପାନୀଗୁଡିକୁ ଆକର୍ଷିତ କରିବା ଦୌଡରେ ଭାରତ ବ୍ୟତୀତ ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ  ଓ ଭିଏତନାମପରି ଦେଶ ରହିଛି।

{"id":264133,"sizeSlug":"large"}

୧୨ ସେକ୍ଟର ଉପରେ ନଜର

ସୂତ୍ର ଅନୁସାରେ ଯେଉଁ କ୍ଷେତ୍ରରେ ଭାରତ ବିଶ୍ଵ ସ୍ତରରେ ଅଗ୍ରଣୀ ହେବା ତଥା ଦେଶକୁ ବିନିର୍ମାଣ ହବ୍ କରିବାର କ୍ଷମତା ରହିଛି ସେହି ସେକ୍ଟର ଗୁଡିକୁ ଚିହ୍ନଟ କରାଯାଉଛି। ଏଥିପାଇଁ ଉଦ୍ୟୋଗ ମଣ୍ଡଳ ସହିତ ବିଭିନ୍ନ ସମ୍ବନ୍ଧିତ ପକ୍ଷଙ୍କ ସହିତ ଅନେକ ବୈଠକ କରାଯାଇଛି। ସୂତ୍ର ଅନୁଯାୟୀ, ୧୨ ଏମିତି ଅଗ୍ରଣୀ କ୍ଷେତ୍ର ରହିଛି, ଯାହା ଉପରେ ବିଶେଷ ଗୁରୁତ୍ଵାରୋପ କରାଯାଉଛି। ଏଥିରେ ଫର୍ଣ୍ଣିଚର, ଖେଳନା, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ରସାୟନ, ବସ୍ତ୍ର, ଏୟାର  କଣ୍ଡିସନର, ପୁଞ୍ଜିଗତ ସାମାନ, ଔଷଧ ଓ ଗାଡି ଉପକରଣ ଆଦି ସାମିଲ।

{"id":264134,"sizeSlug":"large"}

ମ୍ୟାନୁଫାକଚରିଂ ସେକ୍ଟରର ଜିଡିପିରେ ରହିଛି ୧୫ ପ୍ରତିଶତ ଯୋଗଦାନ

ଜୈନକ ଅଧିକାରୀ କହିଛନ୍ତି ମନ୍ତ୍ରଣାଳୟ ଏମିତି କ୍ଷେତ୍ରର ଚିହ୍ନଟ କରୁଛି, ଯାହା ଜରିଆରେ ରପ୍ତାନୀ ହାର ଅଧିକ ବୃଦ୍ଧି କରାଯାଇ ପାରିବ। ମ୍ୟାନୁଫାକଚରିଂକୁ ପ୍ରୋତ୍ସାହନ ଦେଲେ ଭାରତର ମନ୍ଥର ପଡିଥିବା ରପ୍ତାନୀକୁ ଗତିଶୀଳ କରିବା ତଥା ରୋଜଗାର ଅବସର ସୃଷ୍ଟି କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, ଭାରତର ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ମ୍ୟାନୁଫାକଚରିଂର ପ୍ରାୟ ୧୫ ପ୍ରତିଶତ ଯୋଗଦାନ ରହିଛି। ଭାରତ ସରକାର ମ୍ୟାନୁଫେକଚରିଂ ସେକ୍ଟରରେ ଜିଡିପିର ଭାଗିଦାରୀ ବୃଦ୍ଧି କରିବା ଉପରେ ଗୁରୁତ୍ଵ ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.