ପୁଣି ଥରେ ବିଳିବିଳେଇଲା ଚୀନ ମିଡିଆ, କହିଲା- ସୀମାରେ ଯୁଦ୍ଧ ହେଲେ ଭାରତ ପାଖରେ ଜିତିବାର ସୁଯୋଗ ନାହିଁ

Published By : Prameya-News7 Bureau | September 05, 2020 IST

ବେଜିଂ ୦୫।୦୯: ଲଦାଖ ସୀମା ବିବାଦରେ ଚୀନ ନିଜର ଦୋମୁହାଁ ନୀତିରୁ ନିବୃତ ହେଉ ନାହିଁ। ଗୋଟିଏ ପଟେ ଚୀନ ସରକାର ଲୋକ ଦେଖାଣିଆ ଶାନ୍ତି ଚାହୁଁଥିବା କହୁଥିବା ବେଳେ ଅନ୍ୟପଟେ ତାରି ସରକାରୀ ମିଡିଆ ଯୁଦ୍ଧକୁ ନେଇ ଉସୁକାଇବା ପରି ବୟାନ ଦେବାକୁ ପଛକୁ ହଟୁ ନାହାନ୍ତି। ଶନିବାର ଚୀନ ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଭାରତକୁ ଖୋଲାଖୋଲି ଧମକ ଦେଇ କହିଛି ସୀମାରେ ଯୁଦ୍ଧ କଲେ  ଭାରତ ପାଖରେ ଜିତିବାର କୌଣସି ସୁଯୋଗ ନାହିଁ।

ଗ୍ଲୋବାଲ ଟାଇମ୍ସ ଶନିବାର ସଂପାଦକୀୟରେ କହିଛି ଆମେ ଭାରତୀୟ ପକ୍ଷଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ଚୀନର ରାଷ୍ଟ୍ରୀୟ ଶକ୍ତି ଭାରତ ତୂଳନାରେ ଅଧିକ ମଜବୁତ ରହିଛି। ମାତ୍ର ଚୀନ ଓ ଭାରତ ଦୁଇ ମହାଶକ୍ତି। କିନ୍ତୁ ଯେବେ ଯୁଦ୍ଧ କ୍ଷମତା ଉପରେ ନଜର କରାଯିବ ତେବେ ଭାରତୀୟ ପକ୍ଷ ପରାଜିତ ହେବା ନିଶ୍ଚିତ। ଯଦି ଏକ ସୀମା ଯୁଦ୍ଧ ଆରମ୍ଭ ହୁଏ ତେବେ ଭାରତ ପାଖରେ ଜିତିବାର କୌଣସି ସୁଯୋଗ ନାହିଁ।

{"id":325594,"sizeSlug":"large"}

ଚୀନ ମିଡିଆ ଶାନ୍ତିର ଆଳାପ କରି କହିଛି ଆମେ ଆଶା ରଖିଛୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଦୁଇ ଦେଶର ନେତାଙ୍କ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇବ ଏବଂ ଏହା ବିବାଦର ସମାଧାନରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇବ। ଉଲ୍ଲେଖନୀୟ ମସ୍କୋରେ ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବାକୁ ପହଞ୍ଚିଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବାକୁ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଅନେକ ଥର ଅନୁରୋଧ କରିଥିଲେ। ଯାହା ପରେ  ଭାରତ ସ୍ପଷ୍ଟ ଶବ୍ଦରେ ସୀମାରେ ଉସୁକାଇବା ପରି କାର୍ଯ୍ୟ ନରକିବାକୁ ଚୀନକୁ କହିଛି।

ଗ୍ଲୋବାଲ ଟାଇମ୍ସ ଚୀନ ବିରୋଧରେ  ଭାରତର କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରବାଦକୁ ଦାୟୀ କରିଛି। ଭାରତୀୟ ଜନତା ବହୁତ ଗଭୀରତାର ସହ ଏବଂ ବ୍ୟାପକ ରୂପେ ସୀମା ପ୍ରସଙ୍ଗରେ ସାମିଲ ହେଉଥିବାରୁ ଭାରତ ସରକାର ଏଲଏସିରେ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛନ୍ତି। ଭାରତୀୟ ସୈନିକଙ୍କୁ ସ୍ପଷ୍ଟ ଭାବେ ଘରୋଇ ରାଷ୍ଟ୍ରବାଦ ଦ୍ଵାରା ଅପହରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.