Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଡେଇ ଗୋଡେଇ ଚୀନକୁ ଚେକ୍ ଦେଉଛି ଭାରତ, ୧୦୬ ଆପ୍ ବ୍ୟାନ୍ ପରେ ସ୍କାନରରେ ସାଓମି ସହ ଆହୁରି ଡଜନେ ଚୀନା ଆପ୍

6/08/2020 at 5:01 PM

ନୂଆଦିଲ୍ଲୀ, ୦୬|୦୮:  ଭାରତ ସରକାର ଗତ କିଛିଦିନ ତଳେ ଚୀନ କମ୍ପାନୀ ସାଓମି, ବାଇଡୁ ଆଦି କମ୍ପାନୀର ଅନେକ ଆପ୍ ବ୍ୟାନ୍ କରିଥିଲେ । ଏପରିକି ଟିକଟକ୍ ଭଳି ୫୯ ଆପ୍‌କୁ ମଧ୍ୟ ବ୍ୟାନ୍ କରାଯାଇଥିଲା । ଏବେ ସରକାର ପୁଣି ଅଉ କେତେକ ଆପ୍‌କୁ ବ୍ୟାନ୍ କରିବାକୁ ଯୋଜନା କରୁଛନ୍ତି ।

କେନ୍ଦ୍ର ସରକାର ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଗତ ମାସରେ ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଥିଲେ । ଏଥିରେ ବାଇଟ ଡ୍ୟାନ୍ସ, ଆଲିବାବା, ଟିକଟକ୍, ୟୁସି ବ୍ରାଉଜର, ସାଓମି ଏମଆଇ କମ୍ୟୁନିଟି ଭଳି ଆପ୍ ରହିଥିଲା । ଏହାପରେ ଆଉ ୪୭ଟି ଆପ୍‌କୁ ବ୍ୟାନ କରାଯାଇଥିଲା । ଏହି ସବୁ ଆପ୍ ପ୍ରଥମେ ବ୍ୟାନ୍ କରାଯାଇଥିବା ଆପ୍‌ର କ୍ଲୋନ୍ ଥିଲା ।

ସୂତ୍ରାନୁସାରେ,  ଏବେ ସରକାର ସାଓମି ଏମଆଇ ବ୍ରାଉଜର ପ୍ରୋ, ବାଇଡୁ ସର୍ଚ ଆପ୍ ଭଳି କେତେକ ଆପ୍ ଉପରେ ସରକାର ନଜର ରଖିଛନ୍ତି । କିନ୍ତୁ ବ୍ୟାନ୍ କରିବା ନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ ।ଏପରି କେତୋଟି ଆପ୍ ବ୍ୟାନ୍ କରାଯିବ ସେନେଇ ମଧ୍ୟ ସୂଚନା ମିଳିନାହିଁ ।

ସରକାରଙ୍କ ଏହି ପଦକ୍ଷେପକୁ ନେଇ ସାଓମି ଇଣ୍ଡିଆର ମୁଖପାତ୍ର କହିଥିଲେ ଯେ, କମ୍ପାନୀ ନିଶ୍ଚିତ ଭାବେ କିଛି ପଦକ୍ଷେପ ନେବ ଯେପରି ଉନ୍ନତ ଆପ୍ ୟୁଜର ବ୍ୟବହାର କରିପାରିବେ । ତେବେ ବାଇଡୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ସାଓମିର ଭାରତରେ ପ୍ରାୟ ୯୦ ମିଲିୟନ ୟୁଜରର ରହିଛନ୍ତି ।

ସୂଚନାଯୋଗ୍ୟ, ଲଦାଖ ସୀମାରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହେବା ପରେ କେନ୍ଦ୍ର ସରକାର ଚାଇନା ଆପ୍‌କୁ ବ୍ୟାନ୍ କରିବା ନେଇ ଘୋଷଣା କରିଥିଲେ ।

   Related Posts