ଚତୁର୍ଥ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଉପରେ ଭାରି ପଡିବ ଭାରତ, ଏପରି ପ୍ରସ୍ତୁତ ହେବ ମୋଟେରା ପିଚ୍

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : ଅହମ୍ମଦାବାଦରେ ପରାଜୟ ପରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୨ରେ ପଛୁଆ ରହିଯାଇଛି ଭ୍ରମଣକରୀ ଇଂଲଣ୍ଡ । ତୃତୀୟ ମ୍ୟାଚ୍‌ରେ ପରାଜୟ ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ରେସ୍‌ରୁ ବାଦ ପଡିଛି ଇଂଲଣ୍ଡ ଟିମ୍‌ । ଯେକୌଣସି ଟିମ୍‌ ପାଇଁ ଭାରତ ଗସ୍ତ କଠିନଭରା ରହିଥାଏ ଏବଂ ଇଂଲଣ୍ଡ ସହିତ ମଧ୍ୟ ତାହା ହିଁ ହେଉଛି ।

ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ପାଇଁ ସମସ୍ୟା ଦେଖାଦେଇପାରେ । କାରଣ ଅହମ୍ମଦାବାଦରେ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ପିଚ୍‌ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ସୁହାଇବ । ଏ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସଙ୍କେତ ମିଳିସାରିଛି । ତେବେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ହାଇ ସ୍କୋରିଂ ହେବ ବୋଲି ଆଶା କରାଯାଉଛି ।

BCCI gives update on pitch for fourth test

ତୃତୀୟ ଟେଷ୍ଟ ପରେ ଅହମ୍ମଦାବାଦ ପିଚ୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ୨ ଦିନରେ ଶେଷ ହୋଇଯାଇଥିଲା । ବସିସିଆଇର ଜଣେ ଅଧିକାରୀ କହିଛନ୍ତି, ଚତୁର୍ଥ ଟେଷ୍ଟ ପାଇଁ ପିଚ୍‌ରେ କିଛିଟା ପରିବର୍ତ୍ତନ କରାଯାଇପାରେ । ଅର୍ଥାତ୍‌ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ହେବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି । ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ହାଇ ସ୍କୋରିଂ ହେବ ବୋଲି ଆଶା କରାଯାଉଛି ।

BCCI gives update on pitch for fourth test

ତେବେ ପିଚ୍‌ ଯଦି ବ୍ୟାଟିଂ ପାଇଁ ଅନୁକୂଳ ହୁଏ ତେବେ ରୋହିତ ଶର୍ମା , ବିରାଟ କୋହଲି ଏବଂ ଚେତେଶ୍ବର ପୁଜାରାଙ୍କ ଭଳି ବ୍ୟାଟିଂ ମହାରଥୀଙ୍କ ପାଇଁ ରନ୍‌ କରିବା ସହଜ ହେବ । ସାଧାରଣତଃ ତୃତୀୟ ଦିନରୁ ଭାରତୀୟ ପିଚ୍ ଗୁଡିକରେ ବଲ୍‌ ଟର୍ଣ୍ଣ କରୁଥିବା ଦେଖିବାକୁ ମିଳିଥାଏ । ଏହା ହେଲେ ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ଅକ୍ଷର ପଟେଲ ଭାରି ପଡିପାରନ୍ତି ଏବଂ ଇଂଲଣ୍ଡର ସମସ୍ୟା ବଢିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.