ନୂଆଦିଲ୍ଲୀ ୧୩।୧୧: ଆାଗମୀ ମାସରେ ଭାରତକୁ ଋଷିଆରୁ ଏପର୍ଯ୍ୟନ୍ତ ସବୁଠୁ ଘାତକ ମନେ କରାଯାଉଥିବା ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ମିଳିବାକୁ ଯାଉଛି। ଏହା ଏପରି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯାହା ଭାରତର ସୁରକ୍ଷାକୁ ଆହୁରି ମଜଭୁତ କରିବ। ୧୫ ଅକ୍ଟୋବାର ୨୦୧୬ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଲାଗି ଭାରତ ଓ ଋଷିଆ ମଧ୍ୟରେ ସରକାରୀ ସ୍ତରରେ ବୁଝାମଣା ହୋଇଥିଲା। ଏହା ଅନୁନ୍ୟ ୪୦ ହଜାର କୋଟି ଟଙ୍କାର କାରବାର ହୋଇଥିବା ବେଳେ ପ୍ରାୟ ୫ ବର୍ଷ ପରେ ଭାରତକୁ ଏହି ପ୍ରତିରକ୍ଷା ପ୍ରଣାଳୀ ମିଳିବାକୁ ଯାଉଛି।
ଏସ-୪୦୦ ମିଜାଇଲ ଡିଫେନ୍ସ ସିଷ୍ଟମକୁ ବିଶ୍ୱର ସବୁଠୁ ସଫଳ ଏୟାର ଡିଫେନ୍ସ ସିଷ୍ଟମ ବୋଲି କୁହାଯାଉଛି। ଏହା ଏକ ମୋବାଇଲ ପ୍ରଣାଳୀ, ଅର୍ଥାତ ଏହାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ପରିବହନ କରିନେଇ ହେବ। ଏହି ପ୍ରଣାଳୀ ଏକ ବିଶାଳ ଟ୍ରକରେ ରାଡାର ଓ ମିସାଇଲ ଲଞ୍ଚର ସହ ଫିଟ ରହିଥାଏ। ମାତ୍ର କିଛି ମିନିଟ୍ରେ ସମ୍ପୂର୍ଣ୍ଣ ସିଷ୍ଟମକୁ ଆକ୍ରମଣ ଲାଗି ସଚଳ କରିଦିଆଯାଇପାରେ।
{"id":543402,"sizeSlug":"full","linkDestination":"none"}ଏଥିରେ ଖାସ୍ ୯୨ଏନ୬ଇ ଇଲେକ୍ଟ୍ରୋନିକାଲି ଷ୍ଟିୟରଫେଜଡ୍ ଏରୋ ରାଡାର ରହିଛି। ଯାହା ୬୦୦ କିଲୋମିଟର ଦୂରରୁ ୩୦୦ ଲକ୍ଷକକୁ ଏକକାଳୀନ ସନ୍ଧାନ କରିପାରେ। ଏହି ସବୁ ଲକ୍ଷକୁ ଧ୍ୱଂସ କରିବା ଲାଗି ସିଷ୍ଟମ ପୃଥକ ପୃଥକ ୪ଟି ମିସାଇଲର ଉପଯୋଗ ମଧ୍ୟ କରିପାରେ। ନାମ ଅନୁସାରେ ପ୍ରତ୍ୟେକ ଏସ-୪୦୦ ସିଷ୍ଟମରେ ୪ଟି ପୃଥକ ମିସାଇଲ ରହିବାର ବ୍ୟବସ୍ଥା ରହିଛି। ଏଥିରେ ପ୍ରଥମ କ୍ଷେପଣାସ୍ତ୍ର ୪୦୦ କିମି ଦୁର, ଦ୍ୱିତୀୟ ୨୦୦ କିମି ,ତୃତୀୟ ୧୦୦ କିମି ଓ ଚତୁର୍ଥ ୪୦ କିମି ଦୂରରେ ଲକ୍ଷକୁ ନଷ୍ଟ କରିପାରିବ।
ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଆକ୍ରମଣରୁ କୌଣସି ଟାର୍ଗେଟ ବର୍ତ୍ତିବା ପ୍ରାୟ ଅସମ୍ଭବ। ଏହା ଛଡା ପୃଥିବୀ ପୃଷ୍ଠରେ ୧୦୦ ଫୁଟରୁ ଆରମ୍ଭ କରି ୪୦ ହଜାର ଫୁଟ ଉଚ୍ଚତାରେ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏହି ସିଷ୍ଟମ ଏକକାଳୀନ ଅନେକ ବିମାନ ଆକ୍ରମଣର ଜବାବ ମଧ୍ୟ ଦେଇପାରିବ। ଏଥିରେ ଯୁଦ୍ଧବିମାନରୁ ଆରମ୍ଭ କରି କ୍ରୁଜ କ୍ଷେପଣାସ୍ତ୍ରର ବି ମୁକାବିଲା ସମ୍ଭବ। ଏହା ଛଡା ଏସ-୪୦୦ ଇଲେକ୍ଟ୍ରୋନିକ୍ ଜାମିଙ୍ଗକୁ ମଧ୍ୟ ଭାଙ୍ଗିପାରିବ।