ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ

Published By : Prameya-News7 Bureau | November 16, 2019 IST

କଟକ ୧୬।୧୧ -  ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ । ଦୁଇ ବର୍ଷର ପରେ ପୁଣି ଥରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବେ କ୍ରିକେଟ ପ୍ରେମୀ । ମ୍ୟାଚ୍ ପାଇଁ ଡିସେମ୍ବର ୫ ତାରିଖରୁ ଅନଲାଇନରେ ଟିକେଟ୍ ମିଳିବ । ୧୯ରୁ କାଉଣ୍ଟରରେ ମିଳିବ ଟିକେଟ୍ ।

୪୦ ହଜାର ଟିକେଟ୍ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସବୁ ଟିକେଟରେ ରହିବ ଡିସିପିଙ୍କ ଦସ୍ତଖତ । ଡିସେମ୍ବର ୧୮ରେ ବିଶାଖାପାଟଣାରେ ମ୍ୟାଚ୍ ଖେଳି ୧୯ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ । ୨୦ ତାରିଖରେ ବାରବାଟୀରେ ଅଭ୍ୟାସ କରିବେ ।

ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓ କମିସନରେଟ ପୋଲିସ ମଧ୍ୟରେ ଏକ ବୈଠକ ବସି ମ୍ୟାଚ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଷ୍ଟାଡିୟମ ମଧ୍ୟକୁ ପାଣି ବୋତଲ ସହ ଖାଦ୍ୟ ସାମଗ୍ରୀ ବ୍ୟାନ କରାଯାଇଛି । ସେହିପରି ଗ୍ୟାଲେରୀରେ ଖାଦ୍ୟ ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ରହିବ ସ୍ବତନ୍ତ୍ର ନିୟମ । ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ଟ୍ବିନ୍ ସିଟିର ଦୁଇ ଡିସିପି ।

ପ୍ରତି ଗ୍ୟାଲେରୀରେ ଫୁଲ୍ ନେଟିଂ କରାଯିବ । ଫଳରେ ଗ୍ୟାଲେରୀରୁ ପଡିଆ ମଧ୍ୟକୁ କିଛି ଫୋପାଡ଼ି ହେବ ନାହିଁ । ସେହିପରି ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରୀରେ ସିସିଟିଭିର ବ୍ୟବସ୍ଥା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.