ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ନୂଆ ବୋଲର ଝାରଖଣ୍ଡର ଶାହାବାଦ ନଦିମ : ଆସନ୍ତାକାଲି କରିବେ ଡେବ୍ୟୁ !

Published By : Prameya-News7 Bureau | November 10, 2018 IST

ଚେନ୍ନାଇ ୧୦/୧୧ : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଦ୍ରୁତ ବୋଲର ଉମେଶ ଯାଦବ,ଯଶପ୍ରୀତ ବୁମରା, ଏବଂ ସ୍ପିନର କୁଲଦୀପ ଯାଦବଙ୍କୁ ଆରମ୍ଭ ଦିଆଯାଇଛି | ଫଳରେ ଆସନ୍ତାକାଲି ମ୍ୟାଚରେ ଝାରଖଣ୍ଡର ଶାହାବାଦ ନଦିମଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିବ | ଭାରତୀୟ ଟି-ଟ୍ୱେଣ୍ଟି ଦଳ ପାଇଁ ନଦିମ ଏବଂ ତାଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି | ଦଳରେ ସାମିଲ ହେବାପରେ ନିଜ ପ୍ରତିକ୍ରିୟାରେବ ନଦିମ କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି | ତାଙ୍କର ଏହି ସଫଳତା ପାଇଁ ବାପା-ମା, ପତ୍ନୀ, ଝାରଖଣ୍ଡ କ୍ରିକେଟ ଆସୋସିଏସନକୁ ଶ୍ରେୟ ପ୍ରଦାନ କରିଛନ୍ତି | ଦଳର ପ୍ରମୁଖ ୩ଜଣ ବୋଲରଙ୍କୁ ବିଶ୍ରାମ ଦେବାର କାରଣ ହେଉଛି- ଅଷ୍ଟ୍ରେଲିଆ ଗସ୍ତ ପାଇଁ ସେମାନଙ୍କୁ ଫିଟ ରଖିବା ବୋଲି ଚୟନକର୍ତ୍ତା କହିଛନ୍ତି | ସୂଚନାଯୋଗ୍ୟ ଯେ, ଗତ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ କୁଲଦୀପ ଯାଦବ ୨ଟି ଏବଂ ଯଶପ୍ରୀତ ବୁମରା ୩ଟି ଉଇକେଟ ନେଇଛନ୍ତି | ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ଟିକିଏ ଟି-ଟ୍ୱେଣ୍ଟି ଶୃଙ୍ଖଳାର ଗତ ଦୁଇଟି ମ୍ୟାଚ ଭାରତ ଜିତି ଶୃଙ୍ଖଳା ନିଜ ସପକ୍ଷରେ କରିସାରିଛି | ଆସନ୍ତାକାଲି ଚେନ୍ନାଇଠାରେ ଶେଷ ତଥା ତୃତୀୟ ମ୍ୟାଚ ଖେଳିବ | ଆସନ୍ତା ନଭେମ୍ବର ୨୧ତାରିଖରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ | ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, କେ.ଏଲ.ରାହୁଲ, ଦୀନେଶ କାର୍ତ୍ତିକ, ମଣିଷ ପାଣ୍ଡେ, ଶ୍ରେୟସ ଆୟାର, ଋଷଭ ପଂଥ, କରୁଣାଳ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅଖିଳ ଯାଦବ, ଶାହାବାଦ ନଦିମ ଏବଂ ସିଦ୍ଧାର୍ଥ କୌଲ ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.