Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା ଇମ୍ରାନ ଖାନଙ୍କ ମନ୍ତ୍ରୀଙ୍କୁ ଲଣ୍ଡନରେ ନିର୍ଧୁମ ଛେଚିଲେ , ତା’ପରେ ପାକିସ୍ତାନ କ’ଣ କହିଲା ଜାଣନ୍ତୁ

24/08/2019 at 9:53 PM

ଜମ୍ମୁ-କାଶ୍ମୀର୨୪|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇ ଉଠିଛି। ରତଠାରୁ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ବର୍ତ୍ତମାନ ପ୍ରତିଶୋଧ ନିଆଁରେ ଜଳୁଛି। ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା ଆଓ୍ବାମି ମୁସଲିମ ଲିଗ୍‌ର ମୁଖ୍ୟ ତଥା ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ଙ୍କୁ ଲଣ୍ଡନରେ ଅଣ୍ଡାମାଡ କରିବା ସହ ନିର୍ଧୁମ ମାଡ ମଧ୍ୟ ମରାଯାଇଛି।

ପାକିସ୍ତାନର ମିଡିଆ ରିପୋର୍ଟ ମୁତାବକ, ଲଣ୍ଡନର ଏକ ହୋଟେଲରେ ହେଉଥିବା ପୁରସ୍କାର ବିରତଣ ସଭାକୁ ପାକିସ୍ତାନର ରେଳମନ୍ତ୍ରୀ ରସିଦ୍‌ ଯିବା ସମୟରେ ତାଙ୍କୁ ଅଣ୍ଡାମାଡ ସହ ନିର୍ଧୁମ ମାଡ ମଧ୍ୟ ମରା ଯାଇଥିଲା। କୁହାଯାଉଛି ଯେ,ଏହି ଆକ୍ରମଣରେ ପାକିସ୍ତାନର ପିପୁଲ୍ସ ପାର୍ଟିର ହାତ ରହିଛି।  ପିପିପି ପାର୍ଟିର ମୁଖ୍ୟ ବିଲାଓ୍ବଲଙ୍କ ବିରୋଧରେ ରସିଦ୍‌ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଉପରେ ଆକ୍ରମଣ କରାଯାଇଛି।

 ୟୁରୋପର ଅଧ୍ୟକ୍ଷ ଆସିଫ୍‌ ଅଲ୍ଲୀ ଖାନ୍ ଓ ପାର୍ଟି ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜଙ୍କୁ ପିପିପିର ଯୁବ ସଂଗଠନ କହିଛନ୍ତି ଯେ, ସେ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାଓ୍ବଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଆକ୍ରମଣ କରାଯାଇଛି।

   Related Posts