COVID-19: ଚୀନରୁ ୧ ହଜାରରୁ ଅଧିକ ଆମେରିକୀୟ କମ୍ପାନୀଙ୍କୁ ଉଠାଇ ଆଣିବାକୁ ଚାହୁଁଛି ଭାରତ

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ : ଆମେରିକାର ବ୍ୟବସାୟ ଉପରେ ଆଖି ପକାଇଛି ଭାରତ। କରୋନା ଭାଇରସ୍ ମହାମାରୀ ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଜିଂକୁ ଦାୟି କରୁଛନ୍ତି। ଏଥିରେ ଚୀନରେ କାରବାର କରୁଥିବା ପ୍ରମୁଖ ଡାକ୍ତରୀ ଉପକରଣ ନିର୍ମାତା ଏବୋଟ୍ ଲାବୋରେଟରୀଠୁ ଆରମ୍ଭ କରି ପ୍ରାୟ ୧୦୦୦ କମ୍ପାନୀକୁ ଚୀନ ବାହାରେ ଉତ୍ପାଦନ ଲାଗି ଭାରତ ଆକର୍ଷିତ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି।

{"id":266228,"sizeSlug":"large"}

ଗତ ଏପ୍ରିଲ ମାସରେ ଭାରତର ବିଦେଶ ମିସନ ଏ ନେଇ ବିଭିନ୍ନ ଆମେରିକୀୟ କମ୍ପାନୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି।  ଏଥିରେ ଯେଉଁ ଆମେରିକୀୟ କମ୍ପାନୀମାନେ ଚୀନରୁ ବାହାରିଆସିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଆକର୍ଷଣୀୟ ପ୍ରୋତ୍ସାହନର ପ୍ରସ୍ତାବ ମଧ୍ୟ ଥିବା ଜଣାପଡିଛି। ତେବେ ଏଥିରେ ଭାରତ ଡାକ୍ତରୀ ଉପକରଣ ନିର୍ମାତାଙ୍କ ସମେତ ଖାଦ୍ୟ ପ୍ରକ୍ରିୟାକରଣ, ବସ୍ତ୍ର, ଲେଦର ଓ ଅଟୋ ପାର୍ଟ ନିର୍ମାତାଙ୍କୁ ପ୍ରାଥମିକତା ଦେଉଥିବା ବେଳେ ଅନୁନ୍ୟ ୫୫୦ଟି କମ୍ପାନୀ ଏ ନେଇ ଭାରତ ସରକାରଙ୍କ ସହ କଥାବାର୍ତ୍ତା ମଧ୍ୟ କଲେଣି। 

{"id":266229,"sizeSlug":"large"}

ସାରା ବିଶ୍ୱରେ କୋଭିଡ-୧୯ ପ୍ରସାରକୁ ନେଇ ଆମେରିକା ରାଷ୍ଟ୍ରପତି ଚୀନକୁ ଯେପରି ଦାୟି କରୁଛନ୍ତି ଏଥିରେ ବିଶ୍ୱ ବାଣିଜ୍ୟିକ ବୁଝାମଣା ପ୍ରଭାବିତ ହେବାର ଆଶଙ୍କା କରାଗଲାଣି। କେବଳ ଆମେରିକା ନୁହେଁ ଜାପାନ ସରକାର ମଧ୍ୟ ତାଙ୍କ ଦେଶର ଯେଉଁ କମ୍ପାନୀମାନେ ଚୀନରୁ ସେମାନଙ୍କ ଉତ୍ପାଦନ ଅନ୍ୟତ୍ର ସ୍ଥାନାନ୍ତର କରିବେ ସେମାନଙ୍କ ଲାଗି ୨.୨ବିଲିୟନ ଡଲାରର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଇୟୁରୋପୀୟ ୟୁନିୟନ ମଧ୍ୟ ଚୀନ ନିର୍ଭରତା ସମାପ୍ତ କରିବାକୁ ଚାହୁଁ ଥିବା ବେଳେ ଭାରତ ଲାଗି ଏବେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି।

{"id":266233,"sizeSlug":"large"}

କରୋନା ସଂକ୍ରମଣ ଯୋଗୁ ଗତ ୮ ସପ୍ତାହ ହେଲା ଭାରତ ଲକଡାଉନ୍‌ରେ ରହିଛି। ଫଳରେ ସମସ୍ତ ବାଣିଜ୍ୟିକ ଗତିବିଧି ଥମି ଯାଇଥିବା ବେଳେ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ହଜାର ହଜାର ଲୋକେ ବେକାର ହୋଇଥିବା ବେଳେ ୨୦୨୨ ସୁଦ୍ଧା ଦେଶର ଉତ୍ପାଦନ କ୍ଷେତ୍ରକୁ ୨୫ ପ୍ରତିଶତ ଓ  ଜିଡିପିକୁ ୧୫ ପ୍ରତିଶତରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବେ ସାମାନ୍ୟ ତ୍ରୁଟି ବି କରିବାକୁ ଚାହାଁନ୍ତିନି। ଭିଏତନାମ ଓ କମ୍ବୋଡିଆ ଅପେକ୍ଷା ଭାରତର ଚୀନ ଭଳି ବିଶାଳ ବଜାର ରହିଛି। ଏଣୁ ଚୀନରୁ ଯେଉଁମାନେ ବାହାରି ଯିବାକୁ ଚାହୁଁଛନ୍ତି ସେମାନେ ଏଥିଲାଗି ଭାରତକୁ ଅଧିକ ପସନ୍ଦ କରିପାରିନ୍ତି ବୋଲି ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟର୍ସର ଅଜୟ ସାହାଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.