ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମୁକାବିଲା, ଫ୍ଲୋରିଡାରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍
3/08/2019 at 9:23 AM

ଫ୍ଲୋରିଡା ୩|୮: ଆଜି ଭାରତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ଲୌଡର ହିଲଠାରେ ଖେଳାଯିବ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ହାତେଇବା ପାଇଁ ମଇଦାନକୁ ଓହ୍ଲାଇବ ବିରାଟ ବ୍ରିଗେଡ୍ । ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ତେବେ ପ୍ରଥମ ୨ଟି ଟି-୨୦ ମ୍ୟାଚ୍ ଆମେରିକାରେ ଖେଳାଯିବ । ଲୌଡର୍ ହିଲଠାରେ ଖେଳାଯିବାକୁ ଥିବା ଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ଜୋରଦାର ଅଭ୍ୟାସ କରିଛି ଭାରତ । ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାର ଖବର ମଧ୍ୟରେ ଦଳ ପୁଣି ଥରେ ଏକାଠି ହେବାକୁ ଚେଷ୍ଟା ଚଳାଇଛି । ଏପରିକି ରୋହିତଙ୍କ ସହ ମତଭେଦ ଥିବା ଖବରକୁ କୋହଲି ଖଣ୍ଡନ କରିଛନ୍ତି ।

୨୦୧୯ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ପରେ କାଲି ପ୍ରଥମ ଥର ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତ । ଏପରି ସ୍ଥିତିରେ ମ୍ୟାଚ୍ ଜିତିବା ଭାରତ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।