Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ୩୨ ମ୍ୟାଚରୁ ୭ଟି ଶତକ ଓ ୯ଟି ଅର୍ଦ୍ଧଶତକ କରିଛନ୍ତି, ଆସନ୍ତା କାଲି ଉପରେ ନଜର

26/06/2019 at 7:09 PM

ମାଞ୍ଚେଷ୍ଟର୨୬|୬; କାଲି ବିଶ୍ବକପରେ ଭାରତର ମୁକାବିଲା ହେବ ୱେଷ୍ଟଇଣ୍ଡିଜ ସହ ।ରେକର୍ଡ ଓ ଶକ୍ତିକୁ ଦେଖିଲେ କୋହଲି ଏଣ୍ଡ କୋ ନିଶ୍ଚୟ ଫେଭରାଇଟ୍ । ତେବେ ଇଣ୍ଡିଜ ଟିମରେ ଗେଲ୍, ବ୍ରାଥୱେଟ୍, ହୋଲ୍ଡରଙ୍କ ଭଳି ଖେଳାଳି ଥିବାରୁ ଏକ ଜବରଦସ୍ତ ମ୍ୟାଚର ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ଆହତ କାରଣରୁ ରସେଲ୍ ୱେଷ୍ଟଇଣ୍ଡିଜ୍ ଟିମ୍ରୁ ବାଦ୍ ପଡିବା ମେନ୍ ଇନ୍ ବ୍ଲୁ ପାଇଁ ହେବ ପ୍ଲସ୍ ପଏଣ୍ଟ ।

କାଲି ମଞ୍ଚେଷ୍ଟରରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଫାଇଟ୍ । ପଏଣ୍ଟ ଟେବୁଲକୁ ଦେଖିଲେ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇଥିବା ଇଣ୍ଡିଜ ଲାଗି ବିଶ୍ବକପ୍ ଅଭିଯାନ ଏକପ୍ରକାର ଶେଷ ହୋଇ ସାରିଛି । ଆଉ ବିରାଟ ବାହିନୀ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ବାଧାପ୍ରାପ୍ତ ମ୍ୟାଚରୁ ୯ ପଏଣ୍ଟ ପାଇ ତାଲିକାରେ ତୃତୀୟ ସ୍ଥାନରେ ଅଛି ।

ଏହି ମ୍ୟାଚ୍କୁ ହାତେଇ ନେବାକୁ କୋହଲି ବାହିନୀ ଚେଷ୍ଟା କରିବ ।ଆଫଗାନିସ୍ତାନ ସହ କାଣ୍ଟେ କା ଟକ୍କର ପରେ ଇଣ୍ଡିଜ ବିରୋଧରେ ଏକ ବଡ଼ ବିଜୟର ଲକ୍ଷ୍ୟ ରଖିବ କୋହଲି ଏଣ୍ଡ କୋ । ଉଭୟ ଦଳର ଶକ୍ତିକୁ ଦେଖିଲୁ ଟିମ୍ ଇଣ୍ଡିଆ ନିଶ୍ଚୟ ଫେଭରାଇଟ୍ । ବିଶ୍ବକପ୍ ରେକର୍ଡରେ ମଧ୍ୟ ଭାରତର ପଲ୍ଲା ଭାରି । ଉଭୟ ପରସ୍ପରକୁ ଦିନିକିଆ ୱାର୍ଲଡ କପରେ ୮ ଥର ଭେଟିଛନ୍ତି । ୫ ଥର ବିଜୟୀ ହୋଇଛି ଭାରତ। ଆସନ୍ତାକାଲି ଟିମ୍ ଇଣ୍ଡିଆର ପ୍ଲେଇଁ ଇଲେଭେନରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ ।

ଭୁବନେଶ୍ବରଙ୍କ ପରିବର୍ତ୍ତେ ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇଥିବା ସାମି ଚଳିତ ବିଶ୍ବକପ୍ର ପ୍ରଥମ ହାଟ୍ରିକ ନେଇ ଦମଦାର ଏଣ୍ଟ୍ରି କରିଛନ୍ତି । ତେବେ ଇଣ୍ଡିଜକୁ ହାଲକାରେ ନେବାର ଭୁଲ କରିବା ନାହିଁ ଭାରତ । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ପ୍ରଦର୍ଶନ କରିଥିଲେ ବି ପାକିସ୍ତାନ ବିରୋଧରେ ବିଜୟ ହାସଲ କରିଥିଲା । ଥୋମାସ, କଟ୍ରେଲ, ହୋଲ୍ଡରଙ୍କ ଭଳି ବୋଲର ଓ ଗେଲ, ଆମ୍ବ୍ରିସ୍, ଲେୱିସ୍ଙ୍କ ଭଳି ବିଧ୍ବଂସୀ ବ୍ୟାଟ୍ସ ମ୍ୟାନଙ୍କଠାରୁ ଭାରତକୁ ସତର୍କ ରହିବାକୁ ହେବ ।

ଭାରତର ଷ୍ଟ୍ରେନ୍ଥ ହେଉଚି ବ୍ୟାଟିଂ । ଆଫଗାନିସ୍ତାନ ମ୍ୟାଚ୍କୁ ଛାଡି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।ତେବେ ୱେଷ୍ଟଇଣ୍ଡିଜର ପେସ୍ ଆଟାକ ଭାରତକୁ ବଡ ସ୍କୋରରୁ ଅଟକାଇବାକୁ ଚେଷ୍ଟା କରିବ । କୋହଲିଙ୍କ ରେକର୍ଡ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବେଶ ଭଲ । ୩୨ ମ୍ୟାଚରୁ ୭ଟି ଶତକ ଓ ୯ଟି ଅର୍ଦ୍ଧଶତକ କରିଛନ୍ତି । ରୋହିତ ଶର୍ମା ବି ୨୬ ମ୍ୟାଚ୍ରୁ ୨ ଶତକ ୧୦ ଅର୍ଧଶତକ ମାରିଛନ୍ତି । ତେଣୁ ଏହି ଦୁଇ ବ୍ୟାଟସମ୍ୟାନଙ୍କ ପାଇଁ ୱେଷ୍ଟଇଣ୍ଡିଜ ସ୍ବତନ୍ତ୍ର ରଣନୀତି କରି ପଡିଆକୁ ଓହ୍ଲାଇବ ।

ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧାର ସ୍ଥିତି ଦେଖିଲେ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ସେମି ସମ୍ଭାବନା ଶେଷ ହୋଇ ସାରିଛି । ଅଷ୍ଟ୍ରେଲିଆ ସେମିକୁ ଯିବା ପକ୍କା କରି ସାରିଥିବା ବେଳେ ବାକି ୩ ସ୍ଥାନ ଲାଗି ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଟକ୍କର ଚାଲିଛି । ମେନ୍ ଇନ୍ ବ୍ଲ୍ୟୁର ଆହୁରି ୪ଟି ମ୍ୟାଚ ବାକି ଥିବାରୁ ଦଳ ଅନ୍ୟମାନଙ୍କଠାରୁ କମ୍ଫର୍ଟେବଲ ରହିଛି ନିଶ୍ଚୟ ।

   Related Posts