ବାରବାଟୀରେ ଇଣ୍ଡିଆ-ଇଣ୍ଡିଜ୍ ମୁକାବିଲା, ସିରିଜ୍ କବ୍ଜା କରିବ ବିଜୟୀ ଦଳ
22/12/2019 at 8:04 AM

କଟକ ୨୨।୧୨: ଆଜି ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ତଥା ଅନ୍ତିମ ଦିନିକିଆ । ଟି୨୦ରେ କାରବିଆନ ଦଳକୁ ମାତ୍ ଦେବାପରେ ଏବେ ବିରାଟ ବାହିନୀର ନଜର ଦିନିକିଆ ସିରିଜ ଉପରେ । ବିଶେଷ କରି ସିରିଜ୍ ୧-୧ରେ ବରାବର ଥିବାରୁ ବାରବାଟୀରେ ହେବ ନିର୍ଣ୍ଣାୟକ ଲଢ଼େଇ ।

ଏପେଟ ଭାରତୀୟ ବ୍ୟାଟସମ୍ୟାନମାନେ ଚମତ୍କାର ଫର୍ମରେ ଥିବାରୁ ବାରବାଟୀରେ ଚମକ ଭରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବର୍ତ୍ତମାନ ପର୍ଯ୍ୟନ୍ତ ବାରବାଟୀରେ ଉଭୟ ଦଳ ବାରବାଟୀ ତିନି ଥର ମୁହାଁମୁହିଁ ହୋଇଥିବା ବେଳେ ତିନିଟି ଯାକ ମ୍ୟାଚକୁ ଜିତିଛି ଭାରତ । ତେଣୁ ଆଜିର ମ୍ୟାଚରେ ବି କୋହଲି ଆଣ୍ଡ କୋ କମାଲ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ଦିନ ସାଢ଼େ ଗୋଟାଏରୁ ମ୍ୟାଚ୍ ଆରମ୍ଭ ହେବ ।