ଆଜି ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍

Published By : Prameya-News7 Bureau | August 06, 2019 IST

ଗୁଆନା ୬|୮: ଆଜି ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ୩ୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ । ଆଜି ୱେଷ୍ଟଇଣ୍ଡିଜର ଗୁଆନା ସ୍ଥିତ ପ୍ରୋଭିଡିଏନ୍ସ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ମ୍ୟାଚ ଖେଳାଯିବ । ଶେଷ ମ୍ୟାଚ୍ ଜିତି ଶୃଙ୍ଖଳା କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ ।

ପୂର୍ବରୁ ୨ଟି ମ୍ୟାଚ୍ ଜିତିସାରିଛି ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ଭାରତ ୪ ୱିକେଟ ଓ ୨ୟ ମ୍ୟାଚରେ ୨୨ ରନରେ ବିଜୟୀ ହୋଇଛି । ଆଜିର ମ୍ୟାଚ୍ ଜିତି ଭାରତ ଅନେକ ରେକର୍ଡ କରିବ । କ୍ରିକେଟ ଇତିହାସରେ ଭାରତ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ କ୍ଲିନ୍ ସୁଇପ କରିଛି । ଆଜିର ମ୍ୟାଚ ଜିତିଲେ ଭାରତ ଦ୍ବିତୀୟ ଥର ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ଲିନ୍ ସୁଇପ୍ କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.