ଭାରତ -ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ : ୬ଓ୍ବିକେଟ୍ ନେବା ପରେ ମଧ୍ୟ କେମିତି ଲଜ୍ଜାଜନକ ରେକର୍ଡ଼ ସୃଷ୍ଟି କଲେ ଉମେଶ ଯାଦବ ଜାଣନ୍ତୁ

Published By : Prameya-News7 Bureau | October 13, 2018 IST

ନୂଆଦିଲ୍ଲୀ ୧୩/୧୦: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ପ୍ରଥମେ ବ୍ୟାଟିଂ କରୁଥିବା  ଓ୍ବେଷ୍ଟଇଣ୍ଡିଜର ବ୍ୟାଟସମ୍ୟାନଙ୍କୁ ଭାରତୀୟ ଦୃତ ବୋଲର ଉମେଶ ଯାଦବଙ୍କ ବୋଲିଂ ଘାଇଲା କରିଛି । ଫଳରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନଙ୍କୁ ନୈରାଶ୍ୟଜନକ ପରିସ୍ଥିତିର ସାମନା କରିବାକୁ ପଡ଼ିଛି। ଭାରତୀୟ ଦୃତ ବୋଲର ଉମେଶ ଯାଦବ ୮୮ରନ୍ ଦେଇ ୬ଓ୍ବିକେଟ୍ ହାସିଲ କରି ତାଙ୍କ କ୍ୟାରିୟରର ସବୁଠାରୁ ଉତ୍ତମ ବୋଲିଂ ପ୍ରଦର୍ଶନ କରିଛନ୍ତି। ଉମେଶଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଓ୍ବେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ଇନିଂସରେ ଦଳଗତ ୩୧୧ରନ୍ ରେ ସିମୀତ ରହିଥିଲା । ଉମେଶ ଯାଦବ ପୂର୍ବତନ ବୋଲର ଜାଭାଗଲ୍ ଶ୍ରୀନାଥଙ୍କ ୧୯ବର୍ଷର ପୁରୁଣା ରେକର୍ଡ଼ର ସମକକ୍ଷ ହୋଇଛନ୍ତି। ଜାଭାଗଲ୍ ଶ୍ରୀନାଥ ୧୯୯୯ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋହାଲିଠାରେ ୨୭ରନ୍ ଦେଇ ୬ଟି ଓ୍ବିକେଟ୍ ନେଇଥିଲେ। ମ୍ୟାଚର ପ୍ରଥମଦିନରେ ତାଙ୍କୁ ୩ଓ୍ବିକେଟ୍ ମିଳିଥିଲା କିନ୍ତୁ ଦ୍ବିତୀୟ ଦିନ ସେ ଜବରଦସ୍ତ ବୋଲିଂ କରି ବାକି ୩ଓ୍ବିକେଟ୍ ନିଜ ଖାତାରେ ସାମିଲ କରିଥିଲେ। ଦିନର ଆରମ୍ଭରେ ସେ ଦେବେନ୍ଦ୍ର ବେଥ୍ୟୁଙ୍କୁ ଆଉଟ୍ କରିଥିଲେ। ଏହା ପରେ ରୋଷ୍ଟେନ୍ ଚେଜ(୧୦୬)ଙ୍କୁ ଆଉଟ୍ କରି ସେ ଭାରତକୁ ସବୁଠାରୁ ବଡ଼ ଓ୍ବିକେଟ୍ ଦେଇଥିଲେ। ତେବେ ୬ ୱିକେଟ ନେଇ ଉତ୍ତମ ଖେଳ ପ୍ରଦର୍ଶନ କରିବା ସହ ରେକର୍ଡ ସୃଷ୍ଟି କରିଥିବା ଉମେଶଙ୍କ ପାଇଁ ଏହି ରେକର୍ଡ ଲଜ୍ଜା ଜନକ ବୋଲି କୁହାଯାଇଛି । କାରଣ ଏଥିପୂର୍ବରୁ ମଧ୍ୟ ସେ  ୨୦୧୨ ମସିହାରେ ଗୋଟିଏ ମ୍ୟାଚରେ ୫ଟି ୱିକେଟ ନେବା ରେକର୍ଡ କରିଥିଲେ । କିନ୍ତୁ ପୁଣି ଏକ ୫ୱିକେଟ ନେବା ରେକର୍ଡ କରିବା ପାଇଁ ତାଙ୍କୁ ଲାଗିଗଲା ୬ବର୍ଷ । ୟା ଭିତରେ ସେ ୬୮ଟି ଇନିଂସ ମଧ୍ୟ ଖେଳିସାରିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.