Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍୨୧୦ରନରେ ଅଲଆଉଟ, ଭାରତ ୫୯ରନରେ ବିଜୟୀ

ନୂଆଦିଲ୍ଲୀ ୧୨/୮: ଭାରତ-ୱେଷ୍ଟଇଣ୍ଡିଜ୍  ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍୨୧୦ରନରେ ଅଲଆଉଟ, ଭାରତ ୫୯ରନରେ ବିଜୟୀ ହୋଇଛି। ରବିବାର ୨ୟ ଦିନିକିଆ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜକୁ ଭାରତ ୫୯ରନରେ ପରାସ୍ତ କରିଛି। ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ୍ ସାମ୍ନାରେ ନିର୍ଦ୍ଧାରିତ ୫୦ଓଭରରେ ୨୮୦ରନର ବିଜୟ ଲକ୍ଷ୍ୟ ରଖିଥିଲା।

ପରେ ବର୍ଷା ମ୍ୟାଚରେ ବାର୍ଦ୍ଧକ ସାଜିଥିଲା। ଯାହାଫଳରେ ୱେଷ୍ଟଇଣ୍ଡିଜ୍ ଦଳ ବିଳମ୍ବରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଳାଇଥିଲା। ତେଣୁ ଡକୱର୍ଥ ଲୁଇସ୍  ପଦ୍ଧତି ଅନୁସାରେ ଇଣ୍ଡିଜକୁ ୨୭୦ରନର ଲକ୍ଷ୍ୟ ମିଳିଥିଲା। ଯାହାକୁ ପିଛାକରି ୱେଷ୍ଟଇଣ୍ଡିଜ ମାତ୍ର ୪୨ଓଭର ଖେଳି ୨୧୦ରନରେ ଅଲଆଉଟ୍ ହୋଇଯାଇଛି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୪ଟି ୱିକେଟ ନେଇଛନ୍ତି।

171 Views

   ସମ୍ବନ୍ଧିତ ଖବର