ଆଜି ରାଜକୋଟରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ

Published By : Prameya-News7 Bureau | October 04, 2018 IST

ରାଜକୋଟ ୪|୧୦:  ଆଜି ରାଜକୋଟରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ।  ଗତ ନଅ ମାସ ମଧ୍ୟରେ ଭାରତୀୟ ଦଳ ଦୁଇ ଦୁଇଟି ବିଦେଶ ଗସ୍ତରେ ଯାଇ ଟେଷ୍ଟ ସିରିଜ ହାରିଛି । ତେଣୁ ଘରୋଇ ବାତାବରଣରେ ଇଣ୍ଡିଜକୁ ଦୁଇଟିକିଆ ଟେଷ୍ଟ ସିରିଜରେ ପରାସ୍ତ କରି  ପରାଜୟର ଗ୍ଲାନିକୁ ଦୂର କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଇଣ୍ଡିଜ ସିରିଜ ପାଇଁ ମନୋନୀତ ଦଳରୁ ଦୁଇ ଓପନର ମୁରଲୀ ବିଜୟ ଓ ଶିଖର ଧାୱନ ବାଦପଡିଛନ୍ତି । ଲୋକେଶ ରାହୁଲ ଓ ପୃଥ୍ୱୀଶ’ ଭାରତୀୟ ଇନିଂସ ଓପନ କରିବେ । ମଧ୍ୟକ୍ରମରେ କୋହଲିଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ଥ ଭାରତୀୟ ବ୍ୟାଟିଂ ଅଭିଯାନକୁ ଆଗେଇ ନେବେ । ବୋଲିଂରେ କୋହଲି ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଭଳି ତିନିଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇପାରନ୍ତି । ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‍ରା ଓ ଈଶାନ୍ତ ଶର୍ମାଙ୍କ ଅନୁପସ୍ଥିତିରେ ଫାଷ୍ଟ ବୋଲିଂ ଦାୟିତ୍ବ ସମ୍ଭାଳିବେ ମହମ୍ମଦ ସାମି ଓ ଉମେଶ ଯାଦବ । ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦପଡିଥିବାବେଳେ ଜାଡେଜାଙ୍କୁ ଅଲରାଉଣ୍ଡର ଭୂମିକାରେ ଦେଖିବାକୁ ମିଳିବ । ଇଣ୍ଡିଜର୧୫ ଜଣିଆ ଦଳରୁ କେବଳ ପାଞ୍ଚଜଣ ଖେଳାଳି ପୂର୍ବରୁ ଭାରତ ମାଟିରେ ଟେଷ୍ଟ ଖେଳିଛନ୍ତି । ଏମାନେ ହେଲେ କେମାର ରୋଚ୍‍, ଦେବେନ୍ଦ୍ର ବିଶୁ, କ୍ରେଗ ବ୍ରାଥ୍‍ୱେଟ୍‍, କୈରନ ପୱେଲ ଓ ସାନନ୍‍ ଗାବ୍ରିଏଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.