ଭାରତ-ଇଣ୍ଡିଜ ଟେଷ୍ଟ ମ୍ୟାଚ : କୋହଲି-ରାହାଣେଙ୍କ ଶତକୀୟ ଭାଗୀଦାରି, ଭାରତ ପ୍ରଥମ ଇନିଂସରେ ଆଗୁଆ

Published By : Prameya-News7 Bureau | August 25, 2019 IST

ଆଣ୍ଟିଗୁଆ ୨୫/୮:  ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ରେ ଭାରତ ଅଗ୍ରସର ହୋଇଛି । ବିରାଟ ବାହିନୀର ପ୍ରଥମ ପାଳି ସ୍କୋର ୨୯୭ ରନ୍ ଜବାବରେ ୱେଷ୍ଟ୍ ଇଣ୍ଡିଜ୍ ୨୨୨ ରନ୍ କରିଛି । ଈଶାନ୍ତ ଶର୍ମାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ପ୍ରଥମ ପାଳିରେ ୭୫ ରନ୍ ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମଧ୍ୟ ହାସଲ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୧୮୫ ରନ୍ କରି ମୋଟ ଉପରେ ୨୬୦ ରନ୍ ରେ ଅଗ୍ରଣୀ ରହିଛି ।

{"id":148494}

ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଚେତେଶ୍ବର ପୂଜାରା ଆଉଟ୍ ହୋଇଥିବା ବେଳେ ଅଧିନାୟକ-ଉପ ଅଧିନାୟକ ଯୋଡ଼ି ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଶତକୀୟ ଭାଗୀଦାରି କରି ଅପରାଜିତ ଅଛନ୍ତି ।

{"id":148495}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.