ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟିରେ ଜିତିଲା ଭାରତ : ନବଦୀପ ସାଇନି ନେଲେ ସର୍ବାଧିକ ୩ଟି ୱିକେଟ୍
4/08/2019 at 9:26 AM

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟିଂରେ ଜିତିଲା ଭାରତ । ୱେଷ୍ଟଇଣ୍ଡିଜ୍ କୁ ୪ ୱିକେଟରେ ହରାଇଛି ବିରାଟ ବାହିନୀ । ୯୬ ରନ୍ ର ବିଜୟ ଲକ୍ଷ୍ୟ କୁ ଭାରତ ୧୭ ଓଭର ଦୁଇଟି ବଲ୍ ରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୯୫ ରନ୍ କରିଥିଲା । ଭାରତର ନବଦୀପ ସାଇନି, ୱାସିଂଟନ୍ ସୁନ୍ଦରଙ୍କ ବୋଲିଂ ସାମ୍ନା କରିପାରି ନଥିଲା ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିର ଟପ୍ ଅର୍ଡର ଫେଲ୍ ମାରିଥିଲା ।

ମାତ୍ର ୩୩ ରନ୍ ରେ ୫ ୱିକେଟ୍ ହରାଇ ସଂଘର୍ଷ କରୁଥିବା ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୯୫ ରନ୍ କରିଥିଲା । ଭାରତ ପକ୍ଷରୁ ସାଇନି ୩ଟି, ବୁବନେଶ୍ବର କୁମାର ୨ ଟି ଓ ୱାସିଂଟନ୍ ସୁନ୍ଦର, ଜାଡେଜା, ଖଲିଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଭାରତ ପକ୍ଷରୁ ରୋହିତ ଶର୍ମା ୨୪, କୋହଲି ଓ ମନୀଷ ପାଣ୍ଡେ ୧୯ ରନ୍ ଲେଖାଏଁ କରିଥିଲେ । ୩ ଟିକିଆ ସିରିଜ୍ ରେ ଭାରତ ୧-୦ ରେ ଆଗୁଆ ରହିଛି ।
