Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ଟି-୨୦ ପରେ ଦିନିକିଆ ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

15/12/2019 at 11:10 AM

ଚେନ୍ନାଇ ୧୫।୧: ଆଜି ଚେନ୍ନାଇର ଏମ୍  ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଭାରତ-ୱେଷ୍ଟଇଣ୍ଡିଜ୍  ପ୍ରଥମ  ଦିବାରାତ୍ର ୱାନଡେ ମ୍ୟାଚ୍ ।  ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତୀୟ କ୍ରିକେଟ୍ ଦଳ  ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାର ଦିନିକିଆ ଅଭିଯାନ ଆରମ୍ଭ କରିବ । ଉଭୟ ଦଳ ମଧ୍ୟରେ ଖେଳା ଯିବ ତିନିଟି  ମ୍ୟାଚ୍ ।  ଘରୋଇ ପରିବେଶ ସହ ଗତ କିଛି ବର୍ଷର ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ଏହି ଶୃଙ୍ଖଳାରେ ମଧ୍ୟ ଭାରତର ପଲ୍ଲା ଭାବେ ଭାରି ରହିବବୋଲି ଆଶା କରାଯାଉଛି ।

ଗତ ୨୪ ଘଣ୍ଟା ଭିତରେ ଚେନ୍ନାଇରେ ବର୍ଷା ହୋଇଥିବାରୁ ପାଗ ଉପରେ ମଧ୍ୟ ଦୁଇ ଦଳର ନଜର ରହିବ। ଏହି ଶୃଙ୍ଖଳା ଜିତିଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଲଗାତାର ଦଶମ ଦିନିକିଆ ଶୃଙ୍ଖଳା ବିଜୟର ଗୌରବ ହାସଲ କରିବ । ତେବେ ପେଟରେ ଯନ୍ତ୍ରଣା ପାଇଁ ଘରୋଇ ଦଳ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆଜି ମ୍ୟାଚର ବଞ୍ଚିତ ରହିବେ । ସେହିଭଳି ଶିଖର ଧାୱନ ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି । ଭୁବନେଶ୍ବରଙ୍କ ସ୍ଥାନରେ ସାର୍ଦୁଲ ଠାକୁର ଦଳକୁ ଡାକରା ପାଇଛନ୍ତି। ତେବେ  ମୟଙ୍କଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା କମ୍ ରହିଛି।

ସେପଟେ ଟ୍ବେଣ୍ଟି-୨୦ରେ ବହୁତ ଭଲ ପ୍ରଦର୍ଶନ କରିଥିବା ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା  ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ଶ୍ରେୟସ୍ ଆୟର ୪ ନମ୍ବର ସ୍ଥାନ ନେବାର ସଙ୍କେତ ମିଳିଥିଲା ବେଳେ ପୁଣି ଥରେ ସମସ୍ତଙ୍କ ନଜର ଯୁବ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ଉପରେ ରହିବ। ସେଥିପାଇଁ ଇଣ୍ଡିଜ୍ ଦୁଇ ଯୁବ ତାରକା ସିମରନ୍ ହେଟମେର ଏବଂ ନିକୋଲାସ ପୂରନଙ୍କ ଉପରେ ନିର୍ଭରଶୀଳ ରହିବ। ଅଲରାଉଣ୍ଡର୍  ରସ୍ତନ ଚେସ୍ ଫେରିବା ପରେ ଇଣ୍ଡିଜ୍ ଦଳ ଅଧିକ ସନ୍ତୁଳିତ ହୋଇ ପାରିବ। ସେଲଡନ୍ କଟରେଲ୍  ୱେଷ୍ଟଇଣ୍ଡିଜ୍ ବୋଲିଂ ବାହିନୀର ନେତୃତ୍ବ ନେବେ। ପୂର୍ବତନ ଅଧିନାୟକ ଜାସନ ହୋଲ୍ଡର, ଲେଗ୍ ସ୍ପିନର ହେଡେନ୍ ୱାଲ୍ସ ଜୁନିଅରଙ୍କ ଭୂମିକା ମଧ୍ୟ ବେଶ୍ ମହତ୍ବପୂର୍ଣ୍ଣ ରହିବ। ଅଧିନାୟକ କିରଣ ପୋଲାର୍ଡଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଭଲ ନଥିବାରୁ ଏହା ଅବଶ୍ୟ ଏହି ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।

   Related Posts