Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଶେଷ ଦିନିକିଆରେ ଫ୍ଲଫ୍‌ ମାରିଲା ଶିଖର ଶୋ’, ସମ୍ମାନ ବଞ୍ଚାଇଲା ଶ୍ରୀଲଙ୍କା ଟିମ୍‌

23/07/2021 at 11:31 PM

କଲମ୍ବୋ୨୩/୭: ସମ୍ମାନ ରଖିଲା ଶ୍ରୀଲଙ୍କା କ୍ରିକେଟ ଟିମ୍‌ । ଦିନିକିଆ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେଇ ବିଜୟୀ ହୋଇଛି । ସିରିଜ ହାରିଥିବା ଶ୍ରୀଲଙ୍କା ଦଳ   ୩  ଓ୍ବିକେଟରେ ବିଜୟୀ ହୋଇଛି । ଶ୍ରୀଲଙ୍କା ଟିମ୍‌ ୩୯ ଓଭରରେ ୭ ଓ୍ବିକେଟ ହରାଇ ୨୨୭ ରନ୍‌ ସଂଗ୍ରହ କରିବା ସହ ସମ୍ମାନ ରକ୍ଷା କରିଛି। ଶେଷ ଦିନିକିଆରେ ପରାଜିତ ହେବା ସହ ଟିମ୍‌ ଇଣ୍ଡିଆ ସିରିଜ କବଜା କରି ଦିନିକିଆ ଅଭିଯାନ ଶେଷ କରିଛି ।

ସେପଟେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଆଜି ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୩ ରନ୍‌ କରି ପ୍ରଥମେ ପାଭିଲିୟନ ଫେରିଥିଲେ ଅଧିନାୟକ ଶିଖର ଧାଓ୍ବନ। ୨୮ ରନ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଆଜିର ମ୍ୟାଚ୍‌ରେ ପୃଥ୍ବୀ ଶ ସର୍ବାଧିକ ୪୯ ରନ୍‌ କରିଥିଲେ। ତାଙ୍କ ତଳକୁ ସଞ୍ଜୁ ସାମସନ (୪୬ ରନ୍‌), ସୂର୍ଯ୍ୟକୁମାର ଯାଦବ (୪୦ ରନ୍‌) କରିଥିଲେ। ଦଳୀୟ ସ୍କୋର ୧୦୨ ରନ୍‌ ହୋଇଥିବା ବେଳେ ପୃଥ୍ବୀ ଶ ଆଉଟ ହୋଇଥିଲେ।

ଏହା ପରେ ପରେ ୧୧୮ ରନ୍‌ରେ ତୃତୀୟ ଓ୍ବିକେଟ (ସାମସନ୍‌) ପଡ଼ିଥିଲା । ତାପରେ ୧୫୭ ରନ୍‌ ବେଳକୁ ମନୀଷ ପାଣ୍ଡେ, ୧୭୯ରେ ହାର୍ଦ୍ଦିକ ପାଣ୍ଡ୍ୟା, ୧୯୦ ରନ୍‌ର ଦଳୀୟ ସ୍କୋର ବେଳକୁ ସୂର୍ଯ୍ୟକୁମାର ଯାଦବ ପାଭିଲିୟନ ଫେରିଥିଲେ। ତାଙ୍କ ପଛକୁ କେ ଗୌତମ, ନୀତିଶ ରାଣା, ରାହୁଲ ଚହର ଏବଂ ନବଦୀପ ସାଇନି ଆଉଟ ହୋଇଥିଲେ। ୪୩.୧ ଓଭରରେ ଟିମ୍‌ ଇଣ୍ଡିଆ ୨୨୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

   Related Posts