Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

India vs Sri Lanka: ୨୦୧୫ ଅକ୍ଟୋବର ପରେ ପ୍ରଥମ ନୋ ବଲ୍ ଫିଙ୍ଗିଲେ ଭୁବନେଶ୍ଵର କୁମାର

20/07/2021 at 4:30 PM

କଲୋମ୍ଵା ୨୦।୦୭: ଭୁବନେଶ୍ଵର କୁମାର ନିଜର ସ୍ଵିଙ୍ଗ୍  ବୋଲିଂ ପାଇଁ ପରିଚିତ। ହେଲେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ ପ୍ରଭାବହୀନ ରହିଥିଲେ।  ସେ କିଛି ଓ୍ଵାଇଡ୍ ବଲ୍ ମଧ୍ୟ ଫିଙ୍ଗିଥିଲେ। ମାତ୍ର ସେ କୌଣସି  ନୋ ବଲ୍ ଦେଇନଥିଲେ। ଏଥିରୁ ଅନୁମାନ କରି ପାରିବେ ଯେ, ସେ  ବହୁତ କମ ନୋ ବଲ ଫିଙ୍ଗନ୍ତି।  ଭୁବନେଶ୍ଵର ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ଵିତୀୟ ମ୍ୟାଚ୍‌ରେ ନୋ ବଲ୍ ଫିଙ୍ଗିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭୁବନେଶ୍ଵର ପ୍ରାୟ ଛଅ ବର୍ଷ ପରେ ନୋ ବଲ୍ ଫିଙ୍ଗିଛନ୍ତି।

କଲୋମ୍ଵୋରେ ଖେଳାଯାଉଥିବା ତିନି ମ୍ୟାଚ୍‌ର ସିରିଜ୍‌ର ଦ୍ଵିତୀୟ ମୁକାବିଲାରେ ଭୁବନେଶ୍ଵର କୁମାର ତୃତୀୟ ଓଭରର ପ୍ରଥମ ବଲ୍‌ ଫିଙ୍ଗିଥିଲେ। ବ୍ୟାଟିଂ କରୁଥିଲେ ମିନୋଦ ଭାନୁକା। ହେଲେ ପ୍ରଥମ ବଲ୍ ସେ ନୋ ବଲ୍ କରିଥିଲେ।  ଭୁବନେଶ୍ଵର କୁମାର ୨୦୧୫ ଅକ୍ଟୋବର ପରେ ପ୍ରଥମ ଥର ନୋ ବଲ୍ ଫିଙ୍ଗିଛନ୍ତି। ଏହି ସମୟରେ ସେ ୩୦୯୩ ବଲ୍ ବୋଲିଂ କରିଛନ୍ତି।

ପୂରା କ୍ୟାରିୟରରେ ଫିଙ୍ଗିଛନ୍ତି କେବଳ ୫ ନୋ  ବଲ୍

ଭୁବନେଶ୍ଵର ନିଜର ଦିନିକିଆ କ୍ୟାରିୟରରେ କେବଳ ପାଞ୍ଚ ନୋ ବଲ୍ ଫିଙ୍ଗିଛନ୍ତି। ୨୦୧୫ ଅକ୍ଟୋବର ପରଠୁ ନିଜର ଏହି ଦୁଇ ନୋ ବଲ୍ ମଧ୍ୟରେ ଭୁବନେଶ୍ଵର ୫୧୩.୩ ଓଭର ଫିଙ୍ଗିଛନ୍ତି। ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି।

ଭାରତୀୟ ଦଳ

ପୃଥ୍ଵୀ ଶୋ, ଶିଖର ଧାଓ୍ଵନ, ଇଶାନ କିଶନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଭୁବନେଶ୍ଵର କୁମାର, ଦୀପକ ଚହର,  କୁଲଦୀପ ଯାଦବ, ୟୁଜବେନ୍ଦ୍ର  ଚହଲ।

   Related Posts