Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଭାରତ-ଶ୍ରୀଲଙ୍କା ୩ୟ ଟି-୨୦, ମ୍ୟାଚ୍ ଜିତି ବର୍ଷର ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

10/01/2020 at 3:37 PM

ପୁଣେ ୧୦।୦୧ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶୁକ୍ରବାର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା  ଖେଳାଯିବ । ପୁଣେ ସ୍ଥିତ ଷ୍ଟାଡିୟମରେ ଖେଳିଯିବ ସିରିଜର ଅନ୍ତିମ ମ୍ୟାଚ୍‌ । ସିରିଜର ପ୍ରଥମ ମ୍ୟାଚ୍ କୁ ବର୍ଷା ଧୋଇନେବା ପରେ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ଜିତି ୧-୦ରେ ଆଗୁଆ ରହିଛି ।

ପୁଣେରେ ବିଜୟୀ ହୋଇ ଚଳିତ ବର୍ଷର ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିବା ଚକ୍କରରେ ରହିବ ବିରାଟ ବାହିନୀ । ଇନ୍ଦୋରରେ ସହଜ ବିଜୟ ପରେ ଭାରତ ତା’ର ଚୂଡ଼ାନ୍ତ ଦଳରେ ପରିବର୍ତନ କରିବା ସମ୍ଭାବନା କମ୍ ରହିଛି । ଅନ୍ୟପକ୍ଷରେ ପ୍ରତିପକ୍ଷ ଶ୍ରୀଲଙ୍କା ଏହି ମ୍ୟାଚ୍  ଜିତିଲେ ଶୃଙ୍ଖଳା ବଞ୍ଚାଇବାକୁ ସକ୍ଷମ ହେବ । ଇସୁରୁ ଉଦାନା ଆହତ ହେବା ପରେ ପୂର୍ବତନ ଅଧିନାୟକ ଆଞ୍ଜେଲା ମାଥ୍ୟୁସ ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ପୁଣେରେ ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ ବୋଲି ପୂର୍ବାନୁମାନ ରହିଛି । ପୁଣେ ପିଚ୍ ଉଭୟ ବ୍ୟାଟର, ବୋଲରଙ୍କୁ ସମାନ ସୁଯୋଗ ଦେବ ବୋଲି ମଧ୍ୟ ଅନୁମାନ କରାଯାଇଛି । ତେବେ ଦ୍ବିତୀୟ ଇଂନିସରେ କାକର କିଛିଟା ସମସ୍ୟା ସୃଷ୍ଟି କରିପାରେ।

   Related Posts